ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା:ସହରବାସୀ ଭୟଭୀତ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ବୁ୍ୟରୋ): ଭଦ୍ରକ ପୌରାଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ । ୨୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସମଗ୍ର ପୌରାଞ୍ଚଳରେ ବଳବତ୍ତର ରହିବ । ଏ ସମ୍ପର୍କରେ ଭଦ୍ରକ ଉପଜିଲ୍ଲାପାଳ ନିଜ ପତ୍ରାଙ୍କ ୧୨୩୮/୨୨ ଜରିଆରେ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଉକ୍ତ ନିଦେ୍ର୍ଧଶାନାମା ଅନୁଯାୟୀ ଓକିଲ ସଂଘ ନିର୍ବାଚନ ଥିବାରୁ କେବଳ ଆଇନଜୀବୀମାନଙ୍କୁ ପରୁଣା କୋର୍ଟ ପରିସରକୁ ଯିବାକୁ ଅନୁମତି ଦିଆଯାଇଥିବା ବେଳେ, ଭୋଟ ଗଣତି ସମ୍ପର୍କୀତ ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭୋଟ ଗଣତି କେନ୍ଦ୍ର ଜିଲ୍ଲା ସ୍କୁଲ ପରିସରକୁ ଯିବାକୁ ଅନୁମତି ଦିଆଯାଇଛି । ଏହା ବ୍ୟତୀତ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସମସ୍ତ ପ୍ରାର୍ଥୀ ଓ ସେମାନଙ୍କ କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବାକୁ ଅନୁମତି ଦିଆଯାଇଛି । କଟକଣା ସମୟ ମଧ୍ୟରେ କୌଣସି ପ୍ରାର୍ଥୀ ବିଜୟ ଶୋଭାଯାତ୍ରା ବାହାର କରିପାରିବେ ନାହିଁ । ଗୋଟିଏ ସ୍ଥାନରେ ୫ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକତ୍ରିତ ହେବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଓ କଟକଣା ପାଳନ ଦିଗରେ ଭଦ୍ରକ ସହରାଞ୍ଚଳ ପୁଲିସ ଓ ପୁରୁଣାବଜାର ପୁଲିସକୁ ସମସ୍ତ କ୍ଷମତା ପ୍ରଦାନ କରାଯାଇଛି ।
ଭଦ୍ରକ ସହରାଞ୍ଚଳ ଥାନାଧିକାରୀଙ୍କ ପତ୍ରାଙ୍କ ୮୧୧/୨୨ ରିପୋର୍ଟ ଆଧାରରେ ଏପରି କଟକଣା ଜାରି କରାଯାଇଥିବା ଉପଜିଲ୍ଲାପାଳଙ୍କ ନିଦେ୍ର୍ଧଶାନାମାରୁ ଜଣାପଡ଼ିଛି । ଏହି ରିପୋର୍ଟ ଅନୁଯାୟୀ ଜିଲ୍ଲା ସ୍କୁଲରେ ୨୬ ତାରିଖ ସକାଳ ୮ରୁ ଭୋଟ ଗଣତି ହେବ । ପୌରାଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀମାନେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେଣୁ ଉଭୟ ସମ୍ପ୍ରଦାୟର ବ୍ୟକ୍ତି ଏହି ସମୟରେ ଭୋଟ ଗଣତ୍ି କେନ୍ଦ୍ର ନିକଟରେ ଏକତ୍ରିତ ହେବାର ସମ୍ଭାବନା ରହିଛି । ତେଣୁ ନିର୍ବାଚନ ଫଳାଫଳ ଘୋଷଣା ହେବା ସମୟରେ ଏହି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉଭୟ ସମ୍ପ୍ରଦାୟଙ୍କ ଦ୍ୱାରା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ । ଏହାବ୍ୟତୀତ ଉଭୟ ସମ୍ପ୍ରଦାୟ ବାହୁବଳ ଦ୍ୱାରା ଆଇନକୁ ହାତକୁ ନେବାକୁ ସ୍ଥିର କରିଛନ୍ତି । ତେଣୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଓ ରକ୍ତପାତ, ପୋଡ଼ାଜଳା, ସାମ୍ପ୍ରଦାୟିକ ସଂଘର୍ଷ, ହତ୍ୟା ପରି ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ । ତେଣୁ ଏହି ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଏପରି ନିଦେ୍ର୍ଧଶାନାମା ଜାରି କରିଛନ୍ତି । ଏପରି ଏକ ସରକାରୀ ନିର୍ଦ୍ଧଶୋନାମା ଭଦ୍ରକ ପୌରାଞ୍ଚଳବାସୀଙ୍କୁ ବିଚଳିତ କରିବା ପରି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons