ଭିଜିଲାନ୍ସର ଦିନିକିଆ କର୍ମଶାଳା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲାଞ୍ଚ ମାମଲାରେ କଡ଼ା ଅନୁସନ୍ଧାନ କରି ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରିବା ବିଷୟବସ୍ତୁକୁ ନେଇ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଏକ ଦିନିକିଆ କର୍ମଶାଳା ଅନୁÂିତ ହୋଇଯାଇଛି । ଏହି କର୍ମଶାଳାକୁ ପୂର୍ବତନ ଡିଜିପି ତଥା ଓଏସ୍ଏସ୍ସିର ଅଧ୍ୟକ୍ଷ ଶ୍ରୀ ଅଭୟ ଉଦଘାଟନ କରିଥିଲେ ।
ଏହି ଅବସରରେ ଲାଞ୍ଚ ମାମଲା କ୍ଷେତ୍ରରେ ଅନୁସନ୍ଧାନର ମାନ ଏବଂ ଗୁଣବତ୍ତାକୁ ବଢ଼ାଇବା ପାଇଁ ଭିଜିଲାନ୍ସ ନିଦେ୍ର୍ଧଶକ ଯଶୱନ୍ତ ଜେଠୁଆ କହିଥିଲେ । ମାମଲାରେ ଭଏସ୍ ପରୀକ୍ଷଣ, ରାସାୟନିକ ବିଶ୍ଳେଷଣ, ବୈଷୟିକଜ୍ଞାନ ପଦ୍ଧତି ମାଧ୍ୟମରେ କେମିତି ଅଭିଯୁକ୍ତକୁ ଦଣ୍ଡିତ କରିହେବ ସେ ବାବଦରେ ପରାମର୍ଶ ଦେଇଥିଲେ । ତା’ଛଡା ଏତଲାକାରୀ ଯେଉଁ ଲାଞ୍ଚ ଆକାରରେ ଯେଉଁ ଟଙ୍କା ଦେଇଥିବ ତାହାକୁ କେମିତି ତୁରନ୍ତ ଫେରି ପାଇବେ ସେ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା । ଲାଞ୍ଚ ଟଙ୍କାରେ ରାସାୟନିକ ପଦାଥଁ ବୋଳାଯାଏ । ଉକ୍ତ ଟଙ୍କା ଲାଞ୍ଚ ନେଉଥିବା ବ୍ୟକ୍ତିଙ୍କ ଠାରୁ ଜବତ ହେଲା ପରେ ତାହା ଏତଲାକାରୀଙ୍କୁ ଫେରସ୍ତ କରାଯାଏ ନାହିଁ । କିନ୍ତୁ ଉକ୍ତ ପରିମାଣର ଟଙ୍କା ସରକାରଙ୍କ ତହବିଲରୁ ଫେରସ୍ତର ବ୍ୟବସ୍ଥା ଅଛି । କିନ୍ତୁ ଏହି ଫେରସ୍ତ ପ୍ରକ୍ରିୟାରେ ବିଳମ୍ବ ହୁଏ । ଅଭିଯାଗକାରୀ ଲାଞ୍ଚ ଟଙ୍କା କେମିତି ତୁରନ୍ତ ଫେରସ୍ତ ପାଇବ ସେ ନେଇ ବ୍ୟବସ୍ଥା କରିବାକୁ କହିଥିଲେ ଶ୍ରୀ ଜେଠୁଆ । ୨୦୨୧ ଏବଂ ଏହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଟ୍ରାପ୍ ମାମଲା ଅନୁସନ୍ଧାନର ତୁରନ୍ତ ସମାପ୍ତ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ତା’ଛଡା ଅଭିଯୋଗକାରୀ ଯେମିକି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ବାବଦରେ ଦୃଷ୍ଟି ଦେବାକୁ ଏହି କର୍ମଶାଳାରେ ପରାମର୍ଶ ଦିଆଯାଇଛି ।
ଶ୍ରୀ ଅଭୟ ଭିଜିଲାନ୍ସର ଉଦ୍ୟମକୁ ପ୍ରଶଂସା କରିଥିଲେ । ସତ୍ୟତା ନୀତି ଅନୁସରଣ କରିବାକୁ ସେ ଭିଜିଲାନ୍ସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟରୁ ସବୁ ଡିଭିଜନ୍ର ଅଧିକାରୀମାନେ ଭିଡିଓ କନ୍ଫରେନ୍ସିଂରେ ଉପସ୍ଥିତ ରହି ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons