ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ ଘଟଣା :ଗୁଣପୁର ବ୍ୟାଙ୍କରୁ ୩୮୫ ଗ୍ରାମ ସୁନା ଠାବ

Get real time updates directly on you device, subscribe now.

ଗୁଣୁପୁର,(ବି.ବି.ନୁ୍ୟଜ): ଭିଜଲାନ୍ସ ଜାଲରେ ଥିବା ମାଲକାନଗିରି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ ସରିବା ନାଁ ନେଉନି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ବାସ ଭବନରୁ ଅମାପ ଧନସମ୍ପତ୍ତି ଜବତ ହେବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି । ଆଜି ରାୟଗଡା ଜିଲ୍ଲା ଗୁଣପୁର ଏrିସ ବ୍ୟାଙ୍କ ଲକରକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ଏହି ଲକରରୁ ଶ୍ରୀ ଦାସଙ୍କର ସୁନାଚେନ୍ ୪ଟି, ସୁନା ଚୁଡି ୨ଟି, ୧୦ଟି ଦଶ ଗ୍ରାମର ସ୍ୱର୍ଣ୍ଣମୁଦ୍ରା ଏଭଳି ମୋଟ ୩୮୫ ଗ୍ରାମର ସୁନା ସାମଗ୍ରୀ ଠାବ କରାଯାଇଥିବା ମାଲକାନଗିରି ଭିଜିଲାନ୍ସ ଡ଼ିଏସପି ସୁଶାନ୍ତକୁମାର ବିଶ୍ୱାଳ ସୂଚନା ଦେଇଛନ୍ତି । ସୁରାକ ରହିଥିବା ସ୍ଥାନଗୁଡିକରେ ଚଢ଼ାଉ ଜାରି ରହିଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons