ଭୋଜି ଖାଇ ଶତାଧିକ ଅସୁସ୍ଥ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ଆପ୍ର): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଲିଟିସର୍ଗି ଗାଁ’ରେ କୁଣାବେରା(କୁଅାଁରୀ ବ୍ରତ) ଭୋଜିଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ବୋଡେ଼ନ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଗାଁ’କୁ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା ଆରମ୍ଭ କରିଛି ।
ଗାଁ’ର ପରମେଶ୍ୱର ବାଗ ଆଜି ଝିଅର କୁଣାବେରା ଉତ୍ସବ ପାଳନ କରିଥିଲେ । ମଧ୍ୟାହ୍ନରେ ଶତାଧିକ ଲୋକ ଉତ୍ସବରେ ସାମିଲ ହୋଇ ଭୋଜି ଖାଇଥିଲେ । ଭୋଜି ଖାଇବାର କିଛି ସମୟରେ ପରେ ଲୋକଙ୍କ ଝାଡ଼ାବାନ୍ତି, ପେଟ ଦରଜ, ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥିଲା । ଚିକିତ୍ସା ପାଇଁ ଲୋକମାନେ ବାଇକ୍ ଓ ଚାରିଚକିଆ ଗାଡ଼ିରେ ଯାଇ ବୋଡେ଼ନ ସିଏଚ୍ସିରେ ଭର୍ତ୍ତି ହୋଇଥିଲେ । ଏଭଳି ସନ୍ଧ୍ୟା ପର୍ଯ୍ୟନ୍ତ ଶତାଧିକ ଅସୁସ୍ଥ ସିଏଚ୍ସିକୁ ଚିକିତ୍ସା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲେ । ସନ୍ଧ୍ୟା ସୁଦ୍ଧା ୨୩ ଜଣ ବୋଡେ଼ନ ସିଏଚ୍ସିରେ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ୧୫ଜଣ ଛୋଟ ଛୁଆ ରହିଛନ୍ତି । ଚିକିତ୍ସାର ୨ଘଣ୍ଟା ମଧ୍ୟରେ ସେମାନେ ସୁସ୍ଥ ହୋଇଥିବା ହୋଇଥିବା ବେଳେ ୩୦ରୁ ଊଦ୍ଧ୍ୱର୍ ସୁସ୍ଥ ହେବା ସହ ଘରକୁ ଫେରିଥିବା ଜଣାପଡ଼ିଛି ।
ଅପରାହ୍ଣରେ ବୋଡେ଼ନ ସିଏଚସି ଏମଓଆଇସି ଡା. ସଞ୍ଜୀବ କୁମାର ନାଏକଙ୍କ ନିଦେ୍ର୍ଧଶକ୍ରମେ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଗାଁ’କୁ ଯାଇଛନ୍ତି । ସନ୍ଧ୍ୟା ସୁଦ୍ଧା ଉକ୍ତ ଟିମ୍ ୫୦ରୁ ଊଦ୍ଧ୍ୱର୍ ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଛନ୍ତି । ଗାଁ’ରେ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାତିସାରା ମେଡିକାଲ ଟିମ ଗାଁ’ରେ ରହି ସ୍ଥିତି ଅନୁଧ୍ୟାନ କରିବେ । ପ୍ରକାଶ ଯେ, ଉତ୍ସବରେ ଦୁଇ ହଜାରରୁ ଅଧିକ ଲୋକେ ଭୋଜି ଖାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକେ ଅସୁସ୍ଥ ହୋଇଛନ୍ତି । ବିଷାକ୍ତ ଖାଦ୍ୟ କାରଣରୁ ଏଭଳି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ମେଡିକାଲ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons