ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଶନିବାର ଏଠାରେ ବିଜେପି ପକ୍ଷରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ସହ ସମ୍ପୃକ୍ତ ଠିକାଦାର ଗୋବିନ୍ଦ ସାହୁଙ୍କ ଗିରଫ ଦାବି ହୋଇଛି ।
ପ୍ରଥମେ ବିଜେପି କାର୍ଯ୍ୟାଳୟରୁ ଶତାଧିକ ଦଳୀୟ କର୍ମୀ ବାହାରି ଶୋଭାଯାତ୍ରା କରିଥିଲେ । ନାରାବାଜି କରିବା ସହ ସହର ପରିକ୍ରମା କରିଥିଲେ । ନୂଆ ବସଷ୍ଟାଣ୍ଡରେ ପହଁଞ୍ଚିବା ପରେ ନେତୃମଣ୍ଡଳୀ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ । ମନ୍ତ୍ରୀଙ୍କ କୁଶ ପୁତ୍ତଳିକାକୁ ଚପଲ ମାଡ କରିବା ସହ ନିଅାଁ ଲଗାଇ ପ୍ରତିବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ମନ୍ଦିରା ନାୟକ, ଦୀପିକା ସାହୁ, ସୁଶୀଳା ମେହେର, ରମେଶ ସାହୁ, ସୁରେଶ ଆଚାର୍ଯ୍ୟ, ରାମ ନାୟକ, ଅଶୋକ ପାଢ଼ି, ଚିନ୍ମୟ ପଟ୍ଟନାୟକ, ରମେଶ ଦାସ, ତପନ ଦାସ, ସତ୍ୟ ବେହେରା, ଅଶୋକ ସାହୁ, ଦିଲ୍ଲୀପ, ଦୁକାଲୁ ମେହେର, ସନ୍ତୋଷ ନାୟକ, ଲାଲୁ ସାହୁ, ଆଶିଷ ରାଓ ପ୍ରମୁଖ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons