ମାତୃ ଦିବସରେ ଜନନୀ ଯନ୍ତ୍ରଣା :୫ କିମି ଦୋଳାରେ ବୁହା ହେଲେ ଗର୍ଭବତୀ

Get real time updates directly on you device, subscribe now.

ମୋହନା, (ବି.ବି.ଆପ୍ର): ରବିବାର ବିଶ୍ୱ ମାତୃତ୍ୱ ଦିବସ ଚାରିଆଡେ ପାଳନ କରାଯାଉଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ୍ରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ରାସ୍ତା ଖରାପ ଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଦୀର୍ଘ ୫ କିଲୋମିଟର ପାହାଡିଆ ଦୁର୍ଗମ ରାସ୍ତାରେ ଦୋଳାରେ ବୁହା ହୋଇ ଗର୍ଭବତୀଙ୍କୁ ଆଣିବାକୁ ପଡିଛି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ବାଉଁଶ ବାଡି ସାହାଯ୍ୟରେ ଦୋଳା କରି ବୋହି ବୋହି ଆଣିଥିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନ୍ତରବା ପାଞ୍ଚାୟତର ଆମ୍ବଗାଁରେ । ଉକ୍ତ ଗ୍ରାମର ତେଜସ୍ୱିନୀ କୁମାରୀଙ୍କ ପ୍ରସବ ଯନ୍ତ୍ରଣା ହେବା ପରେ ଗ୍ରାମବାସୀ ମୋହନାସ୍ଥିତ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ପଥୁରିଆ ରାସ୍ତା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇନପାରି ପ୍ରାୟ ୫ କିମି ଦୂର ପଦାଗାଲମା ଠାରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ ସେଠାରେ ଦୁଇ ଘଣ୍ଟା ଧରି ଅପେକ୍ଷା କରିଥିଲା । ଏହାରି ମଧ୍ୟରେ ଗ୍ରାମବାସୀ ଦୋଳା କରି ଗର୍ଭବତୀଙ୍କୁ ୫ କିମି ବୋହି ଆଣିବା ପରେ ଆମ୍ବୁଲାନ୍ସ ଜରିଆରେ ମୋହନା ଡାକ୍ତରଖାନାକୁ ନିଆଯାଇ ଥିଲା । ଶେଷ ଖବର ସୁଦ୍ଧା ମୋହନା ଡାକ୍ତରଖାନାରେ ତେଜସ୍ୱିନୀ ଚିକିତ୍ସାଧୀନ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons