ମୋଦିଙ୍କୁ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ଆୱାର୍ଡ

Get real time updates directly on you device, subscribe now.

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ଆୱାର୍ଡ ପ୍ରଦାନ କରାଯିବ । ଦେଶ ତଥା ସମାଜ ପାଇଁ ନିଃସ୍ୱାର୍ଥପର ସେବା କରିଥିବାରୁ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୨୪ ତାରିଖରେ ମୁମ୍ବାଇର ସନମୁଖାନନ୍ଦ ହଲ୍ରେ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିବେ । ବର୍ଷୀୟାନ ଗାୟିକା ଲତା ମଙ୍ଗେସକରଙ୍କ ସ୍ମୃ୍ତିରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ କରିଥିବା ଜଣେ ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ମାଷ୍ଟର ଦୀନାନାଥ ମଙ୍ଗେସକର ସ୍ମୃତି ପ୍ରତିÂାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୬ ତାରିଖରେ ୯୨ ବର୍ଷ ବୟସରେ ଲତାଙ୍କର ପରଲୋକ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons