ମୋବାଇଲ ଚୋର ଧରିବାକୁ ବୁଲିଲା ବେଞ୍ଚ

Get real time updates directly on you device, subscribe now.

ବେଲବାହାଳି,(ବି.ବି.ଆପ୍ର): ଆଧୁନିକତାର ଶୀର୍ଷରେ ପହଞ୍ଚିଛନ୍ତି ଲୋକେ । ସମସ୍ତ କଥାକୁ ବିଜ୍ଞାନରେ ତର୍ଜମା କରୁଛନ୍ତି । ତଥାପି କେତେକ ସ୍ଥାନରେ ଆଜି ଲୋକେ ଗୁଣିଗାରେଣି ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ରହିଛନ୍ତି । କେତେକ ସ୍ଥାନରେ ଆଜି ବି ଗୁଣିଗାରେଡ଼ିକୁ ଓ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ରହିଛନ୍ତି ଲୋକେ । ଏଭଳି ଏକ ଅନ୍ଧବିଶ୍ୱାସ ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଲକ ଜଳସୁଅାଁ ପଞ୍ଚାୟତ ଜଳସୁଅାଁ ଗାଁରେ । ଗୁରୁବାର ଦିନ ଦେଖିବାକୁ ମିଳିଛି ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ଗୁରୁବାର ସକାଳୁ ମୋବାଇଲ ଚୋରକୁ ଧରିବାକୁ ଗ୍ରାମରେ ବୁଲିଲା ବେଞ୍ଚ । ଗୁଣିଅାଁ ଯୁଆଡେ ଚାହିଁଲା ସିଆଡେ ଟାଣି ନେଲା ବେଞ୍ଚ । ଯାହା ଘର ପାରିଲେ ତାହା ଘରେ ପଶିଲେ । ନିରୀହ ଲୋକଙ୍କୁ ଚୋର ବୋଲି ଲୋକଙ୍କ ମନରେ ସନେ୍ଦହ ସୃଷ୍ଟି କରାଇଲା ଏହି ବେଞ୍ଚ । ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହୁଳହୁଳି ପକାଉଛନ୍ତି ଚୋରକୁ ଧରିବାକୁ ।
ସୂଚନାନୁଯାୟୀ, ସ୍ଥାନୀୟ ନିତ୍ୟାନନ୍ଦ ମାଝୀଙ୍କ ପୁଅର ମୋବାଇଲ ଫୋନ ତିନି ଦିନ ତଳେ ଚୋରି ହୋଇଥିଲା । ଅନେକ ଖୋଜାଖୋଜି କରିବା ପରେ ଫୋନ ନ ମିଳିବାରୁ ସ୍ଥିର ହେଲା ଗୁଣିଅାଁ ଡକାଯିବ । ଆଉ ଚୋରକୁ ଗାଁ ଲୋକଙ୍କ ସମ୍ମୁଖରେ ଧରାଯିବ । ସ୍ଥାନୀୟ ସରପଞ୍ଚଙ୍କ ବିରୋଧ ସତ୍ତେ୍ୱ ଗୁରୁବାର ସକାଳୁ ଲୋକେ ଗୁଣିଆ ଡାକି ଚୋର ଧରିବା ପାଇଁ ଚାଲିଲା ପ୍ରସ୍ତୁତି । ପୂଜା କରାଯାଇ ବେଞ୍ଚକୁ ଧରି ଗାଁର ୪ଜଣ ପିଲା ବୁଲିଲେ ଗାଁ ସାରା ଲୋକମାନେ ଉତ୍ସାହିତ ହୋଇ ଚାରିଆଡେ ଛିଡା ହୋଇ ଦେଖୁଥାନ୍ତି । ଶେଷରେ ଦୁଇ ତିନୋଟି ଘର ନିକଟକୁ ବେଞ୍ଚ ଯିବାରୁ ଲୋକଙ୍କ ଉକ୍ରଣ୍ଠା ଆହୁରି ବଢି ଯାଇଥିଲା । ସତେ ଯେମିତି ସେହିକ୍ଷଣି ଚୋର ଧରା ପଡିଯିବ । ଜଳସୁଅାଁ ଗ୍ରାମରେ ଚାଲିଥିବା ଏହି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ଆଧୁନିକତାର ଶୀର୍ଷରେ ମଣିଷ ପହଞ୍ଚିଥିବାବେଳେ ଗ୍ରାମବାସୀ ଆଜିବି ଏଭଳି ଅନ୍ଧବିଶ୍ୱାସ ବଶବର୍ତ୍ତୀ ହେବାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଅନ୍ୟପଟେ ଖବର ପାଇ ସାଇଁକୂଳ ଫାଣ୍ଡି ପୁଲିସ ଫୋନରେ ତାଗିଦ୍ କରିବା ପରେ ବେଞ୍ଚ ବୁଲାଇବା ଛାଡି ଯିଏ ଯୁଆଡେ ଧାଇଁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons