ଯୁବକଙ୍କୁ ମାଡ଼ ମାରିବା ଘଟଣା:ତହସିଲଦାରଙ୍କ ବିରୋଧରେ ଏତଲା

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ଆପ୍ର): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସିପକୁଦା ଗ୍ରାମର ଅରଣ୍ୟ ନାୟକଙ୍କୁ ମାଡ଼ ମାରିବା ବିବାଦ ତହସିଲଦାରଙ୍କ ପିଛା ଛାଡ଼ୁନାହିଁ । ତହସିଲଦାର ଗତକାଲି ସେହି ଗାଁର ୯ ଜଣଙ୍କ ନାମରେ ଏତଲା ଦେବାର ୨୪ଘଣ୍ଟା ନପୂରୁଣୁ ଅରଣ୍ୟ ନାହାକ ଆଜି ରମ୍ଭା ଥାନାରେ ତହସିଲଦାରଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କୁ ମାଡ଼ ମାରିବା ସହ ଅଶ୍ଳିଳ ଭାଷାରେ ଗାଳି କରିବା ଏବଂ ଗାଡି ମଡେ଼ଇ ଦେବାକୁ ତହସିଲଦାର ଧମକ ଦେଇଥିବା ଏତେଲାରେ ଦର୍ଶାଯାଇଛନ୍ତି । ପୃଥକ୍ ଏତଲା ଦାଏର ହେବା ପରେ ଏସପିଙ୍କ ସହ ପରାମର୍ଶ ପରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି । ଅନ୍ୟପକ୍ଷରେ ମାଡ଼ ଖାଇଥିବା ଯୁବକ ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ତହସିଲଦାର କାରନାମା ଲିଖିତ ଭାବେ ଜଣାଇଛନ୍ତି । ସେହିପରି ଏସ୍ପି ବ୍ରିଜେଶ କୁମାର ରାଏଙ୍କୁ ପୀଡ଼ିତ ଯୁବକ ଏବଂ ଗ୍ରାମବାସୀ ମିଶି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ସୂଚନା ଯୋଗ୍ୟ ଗତ ୧୩ରେ ତହସିଲଦାର ଅରୁଣ କୁମାର ନାୟକ ସିପକୁଦା ଗ୍ରାମକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକ ଏହାର ପ୍ରତିବାଦ କରି ତହସିଲଦାରଙ୍କୁ ଅଟକ ରଖିଥିଲେ । ରମ୍ଭା ପୁଲିସ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଥିଲେ । ବିଜେଡିର କିଛି ନେତା ଏବଂ ଗଞ୍ଜାମ ବ୍ଲକ ଓ ଏନଏସିର ନିର୍ବାଚିତ ପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟି ତହସିଲଦାର ଭଲ ଅଧିକାରୀ ବୋଲି ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons