ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ମଦ ବ୍ୟବସାୟୀଙ୍କ ଘର ଅଗଣାରେ ଜଣେ ଯୁବକଙ୍କ ସନେ୍ଦହଜନକ ମୃତୁ୍ୟକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ସଦର ମହକୁମାରେ । ମୃତ ବ୍ୟକ୍ତି ହେଲେ ସୁଦ୍ର ଜାନୀ(୪୫) । ଏ ସମ୍ପର୍କରେ ମୃତ ସୁଦ୍ରଙ୍କ ପୁତୁରା ଡମୁରୁ ଜାନୀ ଥାନାରେ ଦୁଇ ମଦ ବ୍ୟବସାୟୀ ମହେଶ୍ୱର ବିଶୋଇ ଓ ନାରାୟଣ ବିଶୋଇଙ୍କ ନାଁରେ ହତ୍ୟା ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତିକରି ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତଦନ୍ତ ଚାଲୁ ରହିଥିବା ଏସ୍ଆଇ ବାବୁଲା ପ୍ରଧାନ ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ସୋମବାର ଅପରାହ୍ଣରେ ସୁଦ୍ର କୌଣସି କାମରେ ଶୁଣ୍ଢି ସାହିକୁ ଯାଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ତାରାମଣୀ ଜାନୀ ଆଦିବାସୀ ସାହିରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ପାଇନଥିଲେ । କାଳେ ସେ କୁଆଡେ଼ ଯାଇଥିବେ ଭାବି ଚୁପ୍ ରହିଥିଲେ । ରାତି ପ୍ରାୟ ୮ଟା ବେଳେ ଗାଁର ଜଣେ ମହିଳା ହୀରାମଣୀ ମଦ ବ୍ୟବସାୟୀଙ୍କ ଅଗଣାରେ ସୁଦ୍ର ଅଚେତା ହୋଇ ପଡ଼ି ରହିଥିବା ଦେଖି ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ । ତାରାମଣୀ ସେଠାକୁ ଯାଇ ସ୍ୱାମୀଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଉଠି ନଥିଲେ । ତା’ପରେ ପଡେ଼ାଶୀମାନେ ଆସି ଦେଖିବା ବେଳେ ତାଙ୍କ ମୃତୁ୍ୟ ହୋଇଥିବା ଜାଣିବାକୁ ପାଇଥିଲେ । ସୁଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲୁହା ଛଡ଼ର ଦାଗ ଥିବା ସହ ଲହୁଲୁହାଣ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରିଥିଲେ । ଏ ସମ୍ପର୍କରେ ମୃତକଙ୍କ ପୁତୁରା ଡମୁରୁ ଥାନାରେ ୨ ମଦ ବ୍ୟବସାୟୀ ମହେଶ୍ୱର ଓ ନାରାୟଣଙ୍କ ନାଁରେ ହତ୍ୟା ଅଭିଯୋଗ କରିଥିଲେ । ପୁଲିସ୍ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ୍ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା କରାଯାଇ ତଦନ୍ତ ଚାଲୁ ରହିଥିବା ଏସ୍ଆଇ ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons