ରାଜ୍ୟର ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କର:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟର ବହୁ ବରିÂ ଅଧିକାରୀ । ରାଜ୍ୟର ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ଡିଜିପି ସୁନୀଲ କୁମାର ବନସଲ୍ଙ୍କ ସମେତ ବହୁ ବରିÂ ଅଧିକାରୀ ରବିବାର ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ରାଜ୍ୟର ବିକାଶ ଲାଗି ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବା ସକାଶେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବହୁ ବରିÂ ଆଇଏଏସ୍, ଆଇପିଏସ୍ ଓ ଅନ୍ୟାନ୍ୟ ସେବା ସଙ୍ଗଠନର କର୍ମକର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପୁଲିସ ଡିଜି ଲଳିତ ଦାସ, ଏଡିଜି ଆର.କେ. ଶର୍ମା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ବେଳେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ଓଏଏସ୍ ସଂଘ, ଓଡ଼ିଶା ଅର୍ଥ ସେବା, ଓଡ଼ିଶା ପୁଲିସ ସେବା ସଂଘ, ଓଡ଼ିଶା ସଚିବାଳୟ ସେବା ସଂଘ, ରାଜସ୍ୱ ସେବା, କନଷ୍ଟେବଳ ଓ ହାବିଲଦାର ସଂଘ, ବିଭାଗୀୟ ମୁଖ୍ୟ, ସ୍ୱାସ୍ଥ୍ୟ ସେବା ସଂଘ, ଅମଲା ସଂଘ, ପ୍ରାଣୀ ଚିକିତ୍ସା ସେବା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ, ଗ୍ରାମ ରୋଜଗାର ସେବକ ସଂଘ, ଡ୍ରାଇଭର ଆସୋସିଏସନ୍ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons