ରୋପୱେରୁ ଉଦ୍ଧାର ଶେଷ, ୪ ମୃତ

Get real time updates directly on you device, subscribe now.

ରାଞ୍ଚି: ଝାଡ଼ଖଣ୍ଡ ଦେଓଘର ରୋପୱେରେ ଫସିିଥିବା ଲୋକମାନଙ୍କୁ ଉଦ୍ଧାର ଶେଷ ହୋଇଛି । ଦୀର୍ଘ ୪୫ ଘଣ୍ଟାର ପରିଶ୍ରମ ପରେ ୪୬ ଜଣଙ୍କୁ ରୋପୱେରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମଙ୍ଗଳବାର ଉଦ୍ଧାର କରାଯିବା ସମୟରେ ଜଣେ ମହିଳା ଟ୍ରଲିରୁ ଖସିପଡ଼ିବାରୁ ତାଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧିପାଇଛି । ସୋମବାର ମଧ୍ୟ ଜଣେ ଯୁବକଙ୍କୁ ଉଦ୍ଧାର କରାଯିବା ସମୟରେ ତାଙ୍କର ବେଲ୍ଟ ଛିଡ଼ିପଡ଼ିବାରୁ ସେ ପ୍ରାଣ ହରାଇଥିଲେ ।
ମଙ୍ଗଳବାର ଉଦ୍ଧାର ସବୁଠାରୁ ଅଧିକ ଚାଲେଞ୍ଜପୂର୍ଣ୍ଣ ଥିଲା । ୨୫୦୦ ଫୁଟ ଉଚ୍ଚତାରୁ ୩ଟି ଟ୍ରଲିରେ ଫସିଥିବା ୧୫ ଜଣଙ୍କୁ ଉଦ୍ଧାର କରିଥିଲେ । ବାୟୁସେନା, ଆଇଟିବିପି ଏବଂ ଏନ୍ଡିଆର୍ଏଫ୍ର ମିଳିତ ଉଦ୍ୟମରେ ଉଦ୍ଧାର ଶେଷ ହୋଇଛି । ଉଦ୍ଧାର ପରେ ତୁରନ୍ତ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୨ରୁ ଅଧିକ ଲୋକ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଯବାନମାନଙ୍କୁ ସଲାମ ଜଣାଇବା ସହ ସେମାନଙ୍କର ସାହସିକତାକୁ ପ୍ରଶଂସା କରିଛନ୍ତି । ଘଟଣାର ତଦନ୍ତ ନିମନ୍ତେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି । ଏହି ଦୁର୍ଘଟଣା ପଛରେ ଦାୟୀ ଥିବା ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି । ଝାଡ଼ଖଣ୍ଡ ହାଇକୋର୍ଟ ଘଟଣାର ସ୍ୱତଃ ସଂଜ୍ଞାନ ନେଇ ନିଜ ଆଡୁ ମାମଲା ଦାଖଲ କରିଛନ୍ତି । ଏପ୍ରିଲ ୨୫ ସୁଦ୍ଧା ରାଜ୍ୟ ସରକାର ଘଟଣାର ଯାଞ୍ଚ ରିପୋର୍ଟ ପ୍ରଦାନ କରନ୍ତୁ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons