ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥର ଜବତ

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ର କୁଟିଙ୍ଗା ଗାଁ ନିକଟରେ ଗଚ୍ଛିତ ଥିବା ମାଙ୍ଗାନିଜ ପଥରକୁ ଚାଲାଣ ପୂର୍ବରୁ ରୋକିଛି ବନବିଭାଗ । ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ଜବତ କରିଛି । ଏସବୁ ପଥର ଚୋରାଚାଲାଣ ହେବା ପୂର୍ବରୁ ପୁଲିସ୍ ସହାୟତାରେ ଚଢଉ କରିଥିଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ । ଦୁଇଟି ହାଇୱାରେ ଲୋଡ୍ କରାଯାଇ ଖଣି ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ପେନ୍ସିଲ୍ ଫ୍ୟାକ୍ଟ୍ରି ପରିସରରେ ରଖାଯାଇଛି ।
କୁଟିଙ୍ଗା ଗାଁ ନିକଟରେ ଗଚ୍ଛିତ ଥିଲା ଏସବୁ ମାଙ୍ଗାନିଜ ପଥର । ଜରିବସ୍ତାରେ ପ୍ୟାକିଂ ହୋଇ ରହିଥିଲା । ଏହାକୁ ଚାଲାଣ ପାଇଁ ମାଫିଆମାନେ ସଜବାଜ ହେଉଥିବା ଖବର ପାଇଥିଲା ବନ ବିଭାଗ । ଡିଡିଏମ୍ ପି.କେ. ନାୟକ, ଖଣି ଅଧିକାରୀ ବି.ସୋରେନ୍, ଖଣି ନିରୀକ୍ଷକ ଜେ. ଦେହୁରି ପ୍ରମୁଖ ସେଠାରେ ଚଢଉ କରିବା ପୂର୍ବରୁ ପହଞ୍ଚିଥିଲେ ଲକ୍ଷ୍ମୀପୁର ଥାନାରେ । ପୁଲିସ୍ ସୁରକ୍ଷା ଲୋଡ଼ିଥିଲେ । ଆଇଆଇସି ଶ୍ୱେତପଦ୍ମା ସେଠ୍ ଏବଂ ଆଇଆର୍ବି ଯବାନମାନେ ସେଠାରେ ପହଞ୍ଚି ସୁରକ୍ଷା ଯୋଗାଇଥିଲେ । ଏହାପରେ ବନ ଅଧିକାରୀମାନେ ମାଙ୍ଗାନିଜ ପଥରଗୁଡ଼ିକୁ ଦୁଇଟି ହାଇୱାରେ ଲୋଡିଂ କରି ଫ୍ୟାକ୍ଟ୍ରି ପରିସରକୁ ନେଇଥିଲେ ।
ସୂଚନାଥାଉକି, ଏହି ବ୍ଲକ୍ରେ ପ୍ରଚୁର ମାଙ୍ଗାନିଜ ପଥର ରହିଛି । ଅନେକ ସମୟରେ ମାଫିଆମାନେ ଏହାର ଫାଇଦା ଉଠାଉଛନ୍ତି । ବନ କର୍ମଚାରୀଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ବାହାରକୁ ଚାଲାଣ କରୁଛନ୍ତି । ଫଳରେ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇବାକୁ ପଡ଼ୁଛି । ପ୍ରାୟ ୫ ବର୍ଷ ତଳେ ଲକ୍ଷ୍ମୀପୁର ବ୍ଲକ୍ରୁ ବନ୍ଧୁଗାଁ ଦେଇ ଆନ୍ଧ୍ର ଚାଲାଣ ବେଳେ ଜବତ କରାଯାଇଥିଲା ଦୁଇଟି ଟ୍ରକ୍ । ବନ୍ଧୁଗାଁ ପୁଲିସ୍ ପକ୍ଷରୁ ଏହି ଚଢଉ କରାଯାଇଥିଲା । ତା’ପରଠୁ ଚୋରାଚାଲାଣ କିଛି ମାତ୍ରାରେ ବନ୍ଦ ରହିଥିଲା । ଏବେ ମାଫିଆମାନେ ପୁଣିଥର ସକ୍ରିୟ ହୋଇ ଉଠିଥିବା କୁହାଯାଉଛି । ବ୍ଲକ୍ର କୁଟିଙ୍ଗା, ବାରିଙ୍ଗା, ଫୁଲବାଡ଼ି ସମେତ ପଡେ଼ାଶୀ ରାୟଗଡ଼ା ଜିଲ୍ଲାର କୁଟୁଳି, ଦେଓଝୋଲା, ଧଡ଼ସି ପ୍ରଭୃତି ଗାଁରେ ପ୍ରଚୁର ମାଙ୍ଗାନିଜ ଖଣି ରହିଛି । ବନ ବିଭାଗ ଓ ପୁଲିସ୍ ପକ୍ଷରୁ ନିୟମିତ ଚଢଉ କରାଗଲେ ଖଣି ଚାଲାଣ ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons