ଲକ୍ଷେ ଟଙ୍କାର ତତକାଳ ଟିକେଟ ଜବତ, ୨ ଗିରଫ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସମୁଦ୍ର କୂଳରେ ଚାଲିଥିଲା ବେଆଇନ୍ ଇ-ଟିକେଟ୍ ବେପାର । ଭିକ୍ଟୋରିଆ ହୋଟେଲ୍ ନିକଟ ଚକ୍ରବର୍ତ୍ତୀ ଟୁର୍ ଆଣ୍ଡ୍ ଟ୍ରାଭେଲ୍ସରେ ଏହି କାରବାର ଚାଲିଥିବାବେଳେ ଆର୍ପିଲଫ୍ ଚଢଉ କରି ୨ ଜଣଙ୍କୁ ଗିରଫ କରିଛି । ଉଭୟ ହେଲେ ଟ୍ରାଭେଲ୍ସ ମାଲିକ ଆର୍.ରାମଚନ୍ଦ୍ର (୪୦) ଓ ଏଜେଣ୍ଟ ବାଲିସାହିର ସୂର୍ଯ୍ୟନାରାୟଣ ପଣ୍ଡା (୨୮) । ଆର୍ପିଲଫ୍ ଟିମ୍ ଉଭୟଙ୍କ ଠାରୁ ୯୦ଟି ଇ-ଟିକେଟ୍ ସହ କମ୍ପୁ୍ୟଟର ସିଷ୍ଟମ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଜବତ ଇ-ଟିକେଟ୍ର ମୂଲ୍ୟ ୧ ଲକ୍ଷ ୧୨ ହଜାର ୪୫୫ ଟଙ୍କା ବୋଲି ଆର୍ପିଏଫ୍ ଆଇଆଇସି ଅନୀଲ କୁମାର ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons