ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ନୂଆ ସେନାମୁଖ୍ୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ୨୯ତମ ସେନାମୁଖ୍ୟ ହେବେ । ବର୍ତ୍ତମାନ ସେ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ତାଙ୍କ ନୂଆ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଆସନ୍ତା ୩୦ ତାରିଖରେ ଅବସର ନେବେ । ତାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିବେ । ସବୁଠାରୁ ବଡକଥା ହେଉଛି ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ କର୍ପସ ଅଫ୍ ଇଞ୍ଜିନିୟରର ପ୍ରଥମ ଅଫିସର ଭାବେ ସେନାମୁଖ୍ୟ ହେବାକୁ ଯାଉଛନ୍ତି । ଜେନେରାଲ ନରୱଣେଙ୍କ ପରେ ସେ ହେଉଛନ୍ତି ସେନାର ବରିÂତମ ଅଧକାରୀ । ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନ୍ଡିଏ)ରୁ କୃତିତ୍ୱ ହାସଲ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ପାଣ୍ଡେ ୧୯୮୨ ଡିସେମ୍ବରରେ କର୍ପସ ଅଫ ଇଞ୍ଜିନିୟରରେ ଯୋଗଦେଇଥିଲେ । ସେ ଅପରେସନ ବିଜୟ ଓ ଅପରେସନ ପରାକ୍ରମରେ ଭାଗ ନେଇଥିଲେ । ଦୀର୍ଘ ୩୯ ବର୍ଷର କ୍ୟାରିୟର ଭିତରେ ସେ ପଶ୍ଚିମ ଥିଏଟର କମାଣ୍ଡରେ ଏକ ଇଞ୍ଜିନିୟର ବ୍ରିଗେଡ, ଏଲ୍ଓସିରେ ଏକ ପଦାତିକ ବାହିନୀ ବ୍ରିଗେଡ, ଲଦାଖ ସେକ୍ଟରରେ ଏକ ପାର୍ବତୀୟ ଡିଭିଜନ ଏବଂ ଉତ୍ତର-ପୂର୍ବାଞ୍ଚଳରେ ଏକ କୋର୍ କମାଣ୍ଡ ଦାୟିତ୍ୱ ସମ୍ଭାଳିଥିଲେ । ଏହା ପୂର୍ବରୁ ସେ ଆଣ୍ଡାମାନ ଓ ନିକୋବର କମାଣ୍ଡର କମାଣ୍ଡର-ଇନ-ଚିଫ ଏବଂ ଇଷ୍ଟର୍ଣ୍ଣ କମାଣ୍ଡର କାର୍ଯ୍ୟଭାର ସମ୍ଭାଳିଥିଲେ । ସେପଟେ ନୂଆ ସିଡିଏସ୍ (ଚିଫ ଅଫ୍ ଡିଫେନ୍ସ ଷ୍ଟାଫ) ପାଇଁ ଜେନେରାଲ ନରୱଣେଙ୍କ ନାମ ଚର୍ଚ୍ଚାରେ ରହିଛି । ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କର ଗତବର୍ଷ ଡିସେମ୍ବରରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତୁ୍ୟ ଘଟିବା ପରେ ସିଡିଏସ୍ ପଦବି ଖାଲି ପଡିଛି । ତେବେ ନୂଆ ସେନାମୁଖ୍ୟ ନିଯୁକ୍ତି ହୋଇସାରିଥିବାରୁ ଖୁବଶୀଘ୍ର ନୂଆ ସିଡିଏସ୍ ନିଯୁକ୍ତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons