ଲୋକଙ୍କ ବିଶ୍ୱାସ ଓ ବିକାଶ ମୋର ଲକ୍ଷ୍ୟ: ସୁଲୋଚନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କୃପା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଏବଂ ରାଜଧାନୀବାସୀଙ୍କ ବିଶ୍ୱାସରୁ ମୋତେ ଯେଉଁ ସୁଯୋଗ ମିଳିଛି ତା’ର ସଦୁପଯୋଗ କରି ସାଧାରଣ ଲୋକଙ୍କ ସେବା କରିବି । ଭୁବନେଶ୍ୱରର ମହାନଗର ନିଗମର ନବ ନିର୍ବାଚିତ ମେୟର ସୁଲୋଚନା ଦାସ କହିଛନ୍ତି । ନବ ନିର୍ବାଚିତ ସମସ୍ତ କର୍ପୋରେଟର୍ମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ରାଜନୈତିକ ବିଦ୍ୱେଷଠାରୁ ଉଦ୍ଧ୍ୱର୍ରେ ରହି ଆଗାମୀ ୫ ବର୍ଷ ରାଜଧାନୀବାସୀଙ୍କ ବିକାଶ କରିବାକୁ କର୍ପୋରେଟର୍ ଓ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜଧାନବାସୀଙ୍କ ପାଇଁ ଯେଉଁ ବିକାଶର ବାର୍ତ୍ତା ଦେଇଛନ୍ତି ତାକୁ ସାକାର କରିବାର ସମୟ ଆସିଛି । ବିଜେଡି ସରକାର ପ୍ରତିଶ୍ରୁତି ଦେବା ଓ ଏହାକୁ ପୂରଣ କରିବାର ମୁଖ୍ୟମନ୍ତ୍ରୀ ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି ଏଥିପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି । ଭୁବନେଶ୍ୱରକୁ ଏକ ସବୁଜ ଓ ସ୍ୱଚ୍ଛ ସହରରେ ପରିଣତ କରିବାକୁ ସେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ଅପରାହ୍ନରେ ଭୋଟ ଗଣତିର ଶେଷ ପର୍ଯ୍ୟାୟରେ ଶ୍ରୀମତୀ ଦାସଙ୍କ ସଫଳତା ତାଙ୍କ ସପକ୍ଷରେ ଯାଉଥିବା ଜାଣି ଦଳୀୟ ନେତା, କର୍ମୀ ଓ ଶହ ଶହ ଲୋକ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ନବୀନ ନିବାସ ଯାଇ ଶ୍ରୀମତୀ ଦାସ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons