ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲାଲ୍ ତାଣ୍ଡବ। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ସେପଟେ ମାଓବାଦୀଙ୍କ ଆକ୍ରମଣ ପରେ କମ୍ବିଂ ଅପରେସନକୁ ଜୋରଦାର କରିଛି ଛତିଶଗଡ଼ ପୁଲିସ । ନେଲେନାର ଜଙ୍ଗଲରେ ମାଓବାଦୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ହୋଇଥିଲା ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମାସେ ତଳେ ମାଓବାଦୀଙ୍କ ଆକ୍ରମଣରେ ଛତିଶଗଡ଼ ବିଜାପୁର ଜିଲ୍ଲାର ୪ ଜଣ ପୁଲିସ କର୍ମଚାରୀ ଆହାତ ହୋଇଥିଲେ। ବିଜାପୁର ଜିଲ୍ଲାର ଜୟଗୁରୁ ପୁଲିସ କ୍ୟାମ୍ପରେ ରାତିରେ ମାଓବାଦୀ ଖୋଲା ଫାୟାରିଂ କରିଥିଲେ। ଫଳରେ ୪ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିପରି ଗତ ଫେବୃୟାରୀରେ ଖବର ସଂଗ୍ରହକୁ କରିବାକୁ ଯାଇଥିବା ବେଳେ କଳାହାଣ୍ଡିର ଜଣେ ସାମ୍ବାଦିକ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ପୋରଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ତାଙ୍କ ପୁରା ଶରୀର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons