ପୁରୀ,(ବି.ବି.ବୁ୍ୟରୋ): ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସୁରକ୍ଷିତ ରଖିବା ଦେଶ ତଥା ରାଜ୍ୟବାସୀଙ୍କ ସହ ପୁରୀବାସୀଙ୍କ ଚିନ୍ତନର ପ୍ରସଙ୍ଗ । ଦେଶରେ ପ୍ରଚଳିତ ଆଇନ ମୁତାବକ ନିର୍ମାଣ କାମ ହେବା ଉଚିତ । ଦେଶର ଐିତିହ୍ୟ ସୁରକ୍ଷା ପାଇଁ ଦେଶରେ ୧୯୫୮ ପ୍ରଣିତ ଆମସାର ଆଇନ ଅନୁସାରେ ଶ୍ରୀମନ୍ଦିର ଚାରି ପାଖର ୧୦୦ ମିଟର ଭିତରେ ସମସ୍ତ ପ୍ରକାର ନିର୍ମାଣ ଉପରେ ନିଷିଦ୍ଧ କରାଯାଇଛି ।
ଅବଶ୍ୟ ଏହି ଆଇନରେ ଭକ୍ତ ତଥା ଲୋକଙ୍କ ପାଇଁ ଶୌଚାଳୟ ତଥା ବିଜୁଳି ସେବା ଭଳି କିଛି ଜନ ହିତକର ନିର୍ମାଣ କାମ ତଥା ପୁରାତନ ଐତିହ୍ୟର ମରାମତି କରାଯାଇ ପାରିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଗସ୍ତ ବେଳେ ମଙ୍ଗଳବାର ଦିନ କହିଛନ୍ତି ।
ସେ କହିଛନ୍ତି ଏଭଳି କିଛି ସେବା କାର୍ଯ୍ୟ ବ୍ୟତୀତ ଶ୍ରୀମନ୍ଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଅନ୍ୟ କୌଣସି ନିର୍ମାଣ କାମ କରିବା ଉପରେ କଟକଣା ରହିଛି । ଏମିତି କିଛି କାମ ନ ହେଉ ଯାହା କି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିବ ବୋଲି ଶ୍ରୀପାତ୍ର କହିଥିଲେ ।
ଶ୍ରୀ ପାତ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପ;ନାୟକଙ୍କ ସମେତ ଦଳୀୟ ସମର୍ଥକଙ୍କ ସହ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଇଲାକା ପରିଦର୍ଶନ କରିଥିଲେ । ପ୍ରକଳ୍ପ ଇଲାକା ଦର୍ଶନ ପରେ ସେ ଗଣମାଧ୍ୟମକୁ କହିଥିଲେ କୌଣସି ମନ୍ଦିର ପରିସର ରାଜନୈତିକ ଅଖଡା ହେବା ଅନୁଚିତ, ଅହଙ୍କାରର କେନ୍ଦ୍ର ନ ହେବା ଉଚିତ । ଦେଶରେ ପ୍ରଚଳିତ ଆଇନ ମୁତାବକ ମନ୍ଦିର ସମୂହର କାମ ହେବା ଉଚିତ । ଆଇନ ବାହାରେ କୌଣସି କାମ ନ ହେଉ । କାନୁନ ସମ୍ମତ କାମ କରାଯାଇପାରେ ଯାହାକି ମନ୍ଦିର ପ୍ରତି ବିପଦ ସୃଷ୍ଟି ନକରିବ । ଆଇନ ବାହାରେ କାମ ହେଲେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ୱବାଚୀ ଲାଗିଯିବ ।
ଶ୍ରୀଜଗନ୍ନାଥ ମନ୍ଦିର ଦେଶବାସୀ ତଥା ଓଡ଼ିଶାବାସୀଙ୍କ ଆସ୍ଥା ତଥା ଶ୍ରଦ୍ଧାର କେନ୍ଦ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସୁରକ୍ଷିତ ରଖିବା ଦେଶ ତଥା ରାଜ୍ୟବାସୀଙ୍କ ସହ ପୁରୀବାସୀଙ୍କ ଚିନ୍ତନର ପ୍ରସଙ୍ଗ । ଦେଶରେ ପ୍ରଚଳିତ ଆଇନ ମୁତାବକ ନିର୍ମାଣ କାମ ହେବା ଉଚିତ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
Comments are closed, but trackbacks and pingbacks are open.