ଶ୍ରେୟାଂସୀଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସମ୍ମାନ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସମ୍ମାନରେ ସ୍ଥାନ ପାଇଛନ୍ତି କୁନି ଝିଅ ଡି ସାଇ ଶ୍ରେୟାଂସୀ । ମାତ୍ର ୨୫ ମିନିଟ୍ ୫୦ ସେକେଣ୍ଡରେ ଶହେ ଆଠ ଶ୍ଲୋକ ଉଚ୍ଚାରଣ କରି ସେ ଏହି ମର୍ଯ୍ୟାଦାଜନକ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି । ମାତା ସସ୍ମିତା ଓ ପିତା ସୁରଜ ପଣ୍ଡାଙ୍କ ୬ ବର୍ଷିୟା କନ୍ୟା ଶ୍ରେୟାଂସୀଙ୍କ ଏହି ସଫଳତାକୁ ନେଇ ଆଜି ଜଗତସିଂହପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ତରଡ଼ାପଡ଼ା ସ୍ଥିତ ବାସଭବନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ତରଡ଼ାପଡ଼ା ସ୍ଥିତ ଆଇଟିଆଇର ନିଦେ୍ର୍ଧଶକ ରଶ୍ମି ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ କାମିନୀ ରଞ୍ଜନ ପ;ନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ମୁଖ୍ୟବକ୍ତା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଶିଶୁ ପ୍ରତିଭା ଶ୍ରେୟାଂସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଶ୍ରେୟାଂସୀଙ୍କ ଏହି ବିରଳ ସଫଳତା ଅନ୍ୟ ଶିଶୁମାନଙ୍କ ପାଇଁ ଉଦାହରଣ ପାଲଟିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ଶ୍ରେୟାଂସୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ପ୍ରଶଂସା ପତ୍ର ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପୁସ୍ତକ ପ୍ରଦାନ କରି ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ଦାଶ, ସୁଶ୍ରୀ ଅଞ୍ଜୁଷା, ଗୌରାଙ୍ଗ ଚରଣ ପଣ୍ଡା, ମିନତୀ ପଣ୍ଡା, ସମୀର ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ଶିଶୁ ପ୍ରତିଭାଙ୍କୁ ଆର୍ଶିବାଦ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons