ସମଲେଇ ଯୋଜନା ପାଇଁ ଭୂମି ପୂଜନ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ବୁ୍ୟରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆରମ୍ଭ ହେଲା ‘ସମଲେଇ’ ପ୍ରକଳ୍ପର ପ୍ରାରମ୍ଭିକ କାମ । ଆଜି କମଲୀବଜାରଠାରେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ପାଇଁ ଭୂମି ପୂଜନ ଶେଷ ହୋଇଛି । ପାରମ୍ପରିକ ରୀତିନୀତିରେ ହୋମ ଯଜ୍ଞ ସହ ଭୂମି ପୂଜନ କରାଯାଇଥିଲା । ଏଥିରେ ସଦର ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ସମଲେଇ ପ୍ରକଳ୍ପ ଓଏସ୍ଡି ଅନିରୁଦ୍ଧ ପ୍ରଧାନ, ଏସ୍ଡିଏ ସମ୍ପାଦକ ପ୍ରଭାସ ଦଣ୍ଡସେନା, ସହକାରୀ ଜିଲ୍ଲାପାଳ ସୁଶାନ୍ତ ସାହୁ, ଜମି ଅଧିଗ୍ରହଣ ଅଧିକାରୀ ଆଦିତ୍ୟ ପଣ୍ଡା, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ, ଠିକା କମ୍ପାନି ଓବିସିସି(ଓଡିଶା ବିଲଡିଂ କନ୍ଷ୍ଟ୍ରକସନ କର୍ପୋରେସନ୍)ର କଣ୍ଟ୍ରାକ୍ଟର ଉପସ୍ଥିତ ଥିଲେ ।
୨୦୦ କୋଟି ଟଙ୍କାରେ ହେବାକୁ ଥିବା ଏହି ପୁନଃ ବିକାଶ ତଥା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଠିକା କମ୍ପାନି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରୀ ନିବାସ, ମନ୍ଦିର ପରିସରରେ ଦୀପ ଘର, ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ, ଅଭ୍ୟର୍ଥନା ଗୃହ ସାଙ୍ଗକୁ ମନ୍ଦିର ପାଶ୍ୱର୍ସ୍ଥ ମହାନଦୀ କୂଳର ମଧ୍ୟ ବିକାଶ ହେବ ବୋଲି ଜଣାପଡ଼ିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଅନ୍ତର୍ଗତ ଅନ୍ୟସମସ୍ତ ବିକାଶମୂଳକ କାର୍ଯ୍ୟ ହେବ । ଯେଉଁଥିରେ ମନ୍ଦିର ଗେଟ୍ର ଉନ୍ନତିକରଣରୁ ନେଇ ପାର୍କିଂ ଯାଏ ନିର୍ମାଣ କରାଯିବ । ସେପଟେ, କମଲୀବଜାର ଅଞ୍ଚଳରେ ରହିଥିବା ରାଜଘାଟ ମଧ୍ୟ ସ୍ଥାନାନ୍ତର ହେବ । ତେଣୁ ଦୁର୍ଗାପାଲି ନିକଟରେ ମହାନଦୀ କୂଳରେ ହିଁ ଏହି ନୂତନ ରାଜଘାଟର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ଯେଉଁଠି ଏକ ଶିବ ମନ୍ଦିର, ଅସ୍ଥି ଗୃହ, ପୋଷାକ ବଦଳାଇବା ପାଇଁ ସ୍ୱତନ୍ତ୍ର ଗୃହ ଓ ଉନ୍ନତ ପାର୍କିଂ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ଏହି ନୂତନ ରାଜଘାଟର ଏକ ନକ୍ସା ମଧ୍ୟ ଆଜି ଜାରି କରାଯାଇଛି ।
୨୦୨୧ ଫେବ୍ରୁଆରିରେ ରାଜ୍ୟ ସରକାର ସମଲେଶ୍ୱରୀ ମନ୍ଦିରର ପୁନଃବିକାଶ ନେଇ ସମଲେଇ ଯୋଜନାର ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons