ସରିଲା କାକଟପୁର ମା’ମଙ୍ଗଳାଙ୍କ ପାଳିଯାତ୍ରା

Get real time updates directly on you device, subscribe now.

କାକଟପୁର, (ବି.ବି.ନୁ୍ୟଜ): କାକଟପୁରର ଅଧିÂାତ୍ରୀ ଦେବୀ ମା’ମଙ୍ଗଳାଙ୍କର ଝାମୁଯାତ୍ରାର ମଙ୍ଗଳବାର ଥିଲା ଚତୁର୍ଥ ତଥା ଶେଷ ପାଳିଯାତ୍ରା । ରାତ୍ର ଦୁଇ ଘଟିକାଠାରୁ ମନ୍ଦିର ପହୁଡ଼ ଫିଟା ଯାଇ ସ୍ନାନ ଓ ମାର୍ଜନା କରାଯିବା ପରେ ମା’ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥିଲା । ପରେ ସୂର୍ଯ୍ୟ ପୂଜା, ବହ୍ଲଭ ଓ ସକାଳ ଧୂପ ନୀତି ଅନୁÂିତ ହୋଇଥିଲା । ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ସାହଣମେଲା କରାଯଇଥିଲା । ଭକ୍ତମାନେ ବ୍ୟାରିକେଡ୍ରେ ଯାଇ ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ମାନସିକଧାରୀ ମହିଳାମାନେ ବେଢାରେ ପନ୍ଥେଇ ପୂଜା କରିଥିଲେ । ମନ୍ଦିର ଭିତରେ ଓ ବାହାରେ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥିଲେ । ଅପରାହ୍ନ ଗୋଟାଏ ବେଳକୁ ଝଙ୍କଡ଼ରୁ ଆସିଥିବା ପାଟୁଆ ସେବକମାନେ ପ୍ରାଚୀ ନଦୀରୁ ଜଳ ତୋଳି ମା’ଙ୍କ ଆଜ୍ଞାମାଳ ନେଇ ମନ୍ଦିର ବାହାରେ ଓ ବେଢାରେ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ ।
ଅପରାହ୍ନ ୩ଟା ବେଳକୁ ମା’ଙ୍କର ଭଅଣ୍ଡ ଧୂପ ନୀତି ଅନୁÂିତ ହେବା ପରେ ପହୁଡ଼ ପଡ଼ିଥିଲା । ସନ୍ଧ୍ୟାରେ ଆଳତି କରାଯାଇ ମା’ଙ୍କୁ ପୁନଃ ସ୍ନାନ ଓ ମାର୍ଜନା କରାଯାଇଥିଲା । ଦୂର ଦୁରାନ୍ତରୁ ଆସିଥିବା ଭକ୍ତମାନେ ମାଙ୍କୁ ଚୁଡ଼ା ଘସା ଓ ଗଜା ମଣ୍ଡା ଭୋଗ ଲାଗି କରିଥିଲେ । ରାତ୍ରିର ବିଳମ୍ବିତ ପ୍ରହରରେ ଖମାରେଈ ସେବକଙ୍କୁ କାଳି ବେଶରେ ସଜ୍ଜିତ କରାଯାଇ ମା’ଙ୍କ ଆଜ୍ଞାମାଳ ଓ ଖଡ୍ଗ ଗ୍ରହଣ କରିବା ପରେ ନାଚି ନାଚି ବେଢା ପରିକ୍ରମା କରିଥିଲେ । ଏହି କାଳିକା ନୃତ୍ୟ ମା’ମଙ୍ଗଳାଙ୍କ ମନ୍ଦିରରେ ଏକ ଅନନ୍ୟ ପରମ୍ପରା ଭାବେ ରହି ଆସିଛି । ମାତୃ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ସହିତ ଦିନରେ ପାଟୁଆ ନୃତ୍ୟ ଓ ରାତିରେ କାଳିକା ନୃତ୍ୟ ଦେଖି ବିମୋହିତ ହୋଇଥିଲେ । ଆସନ୍ତା ୧୯ରେ ମା’ଙ୍କର ପ୍ରସିଦ୍ଧ ଝାମୁଯାତ୍ରା ହେବ ବୋଲି ମନ୍ଦିର ଟ୍ରଷ୍ଟି ବିରଞ୍ଚି ନାରାୟଣ ବେହେରା ସୂଚନା ଦେଇଛନ୍ତି । ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପାଳିଆ ସେବକ ଭାବେ କବିନ୍ଦ୍ର ଦୀକ୍ଷିତ, ପୂଜା ପଣ୍ଡା ଭାବେ ଶରତ ଦୀକ୍ଷିତ ଦାୟିତ୍ୱ ତୁଲାଇଥିଲେ । ସନ୍ଧ୍ୟାରେ କୈବଲ୍ୟ ପସରା ପକ୍ଷରୁ ପ୍ରତିÂିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons