ସରିଲା ରୁକୁଣା ରଥଯାତ୍ରା:ମନ୍ଦିରକୁ ବିଜେ କଲେ ଶ୍ରୀଲିଙ୍ଗରାଜ

Get real time updates directly on you device, subscribe now.

ଭୁୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାର ସ୍ୱର୍ଣ୍ଣାଦ୍ରି ବିଜେ ହେଉଛି ଅନ୍ତିମ ବା ଉଦ୍ୟାପନୀ ଉତ୍ସବ । ଶୁକ୍ରବାର ଦ୍ୱିପହର ଧୂପ ଶେଷ ହେବା ପରେ ସନ୍ଧ୍ୟାବେଳେ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ସ୍ୱର୍ଣ୍ଣାଦ୍ରି ବିଜେ ନୀତି ଆରମ୍ଭ ହୋଇଥିଲା । ଏହି ନୀତି ଅନୁଯାୟୀ, ତିନି ଭାଇ ଭଉଣୀଙ୍କୁ(ଶ୍ରୀଲିଙ୍ଗରାଜ, ଭାଇ ଦୋଳ ଗୋବିନ୍ଦ ଓ ଭଉଣୀ ରୁକି୍ମଣୀ) ରଥରୁ ଏବଂ ମା’ପାର୍ବତୀଙ୍କୁ ଚାହାଣୀ ମଣ୍ଡପରୁ ସନ୍ଧ୍ୟା ୮ଟାରେ ପହଣ୍ଡି କରି ଅଣାଯାଇଥିଲା । ରାତି ୯ଟା ୨୫ରେ ମନ୍ଦିର ଭିତରକୁ ସମସ୍ତେ ବିଜେ ହୋଇଥିଲେ । ପହଣ୍ଡି ବେଳେ ଘଣ୍ଟ, ଘଣ୍ଟା, ତୁରି, ଭେରୀ, ସଂକୀର୍ତ୍ତନ ଓ ଲଉଡ଼ି ଲୋକନୃତ୍ୟ ସହ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ମନ୍ଦିରରେ ଅଭିମାନିନୀ ମା’ପାର୍ବତୀ ଦେବୀ ଓ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସାକ୍ଷାତ ହେବା ପରେ ଭେଟ ଆଳତୀ ନୀତି କରାଯାଇଥିଲା । ରଥଯାତ୍ରାକୁ ନେଇ ମନ୍ଦିର ଭିତରେ ଉଭୟଙ୍କ ମଧ୍ୟରେ ବଚନିକା ହୋଇଥିଲା । ଏହି ନୀତି ସବୁଠାରୁ ରୋଚକ ଥିଲା । ବଚନିକା ବେଳେ ପରମ୍ପରା ମୁତାବକ ମା’ପାର୍ବତୀ ବିଭିନ୍ନ କଟୁକଥା କହି ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ ।
ଆଜି ଦମନକ ଚତୁର୍ଦ୍ଧଶୀ । ଆଜିର ଦିନରେ ଶ୍ରୀଲିଙ୍ଗରାଜ ଅନେକ ଅସୁରଙ୍କୁ ଦମନ କରିଥିଲେ । ଚତୁର୍ଦ୍ଧଶୀ ଅବସରରେ ମନ୍ଦିରରେ ମହାଦୀପ ଉଠିଥିଲା । ଏହାପରେ ଶ୍ରୀଲିଙ୍ଗରାଜଙ୍କୁ ବିମାନରେ ତୀର୍ଥେଶ୍ୱର ମନ୍ଦିରକୁ ଅଣାଯାଇଥିଲା । ସେଠାରେ ଠାକୁରଙ୍କ ନିମନ୍ତେ ଭୋଗ ଏବଂ ଆଳତୀ କରାଯିବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons