ସିଂହଦ୍ୱାରରେ ୨ନିଆରା ଭକ୍ତ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ଭକ୍ତଙ୍କ ଦ୍ୱାରା ମହାପ୍ରଭୁଙ୍କ ମହିମା ବୟାନରେ ମଙ୍ଗଳବାର ଦିନଟି କଟିଥିଲା । ଦୁଇ ଜଣଙ୍କ ଭକ୍ତଙ୍କ ଭକ୍ତି ଭାବନା ଆଜି ଦିନତମାମ ଚର୍ଚ୍ଚାରେ ରହିଥିଲା । କୋଲକାତାରେ ଆସିଥିବା ଜଣେ ଭକ୍ତ ଅନାମିକା ସାଙ୍ଗରେ ମହାପ୍ରଭୁଙ୍କ ପ୍ରତିମାକୁ ଧରି ଶ୍ରୀମନ୍ଦିର ପହଞ୍ଚିଥିଲେ । ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ କହିଥିଲେ ମହାପ୍ରଭୁଙ୍କୁ ଭଗବାନ ରୂପେ ମୁଁ ଗ୍ରହଣ କରି ନେଇଥିଲି । କୋଭିଡ୍ ସଂକ୍ରମଣ ବେଳେ ଘରେ ଅଫିସ କରିବାକୁ ପଡିଥିଲା । ସେତେବେଳ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋର ସାଙ୍ଗ ହୋଇ ଯାଇଛନ୍ତି । ତାଙ୍କୁ ନିଦରୁ ଉଠାଇବା ଠାରୁ ଦାନ୍ତ ଘଷା, ଜଳଖିଆ ଓ ଭୋଜନ ପ୍ରଦାନ ଆଜି ଦୈନନ୍ଦିନ କାର୍ଯ୍ୟ କରୁଛି । ମୋ କାମ ସବୁ ସେ ନିଜେ କରି ଦେଉଥିବାର ଅନୁଭବ କରୁଛି ।
ଆଉ ଜଣେ ଭକ୍ତ କେନ୍ଦ୍ରାପଡ଼ାରୁ ଆସିଥିଲେ ପ୍ରଭୁଙ୍କ ଦର୍ଶନ କରିବାକୁ । ତାଙ୍କ ମା’ଙ୍କ ଇଛା ପୂରଣ ନିମନ୍ତେ ଅସୁସ୍ଥ ମାଙ୍କୁ ସେ କୋଳରେ ଧରି ଶ୍ରୀମନ୍ଦିର ପହଞ୍ଚିଥିଲେ । ‘ପ୍ରଭୁଙ୍କୁ ପ୍ରାର୍ଥନା କରିବି ମୋ ମାଙ୍କୁ ସେ ଭଲ କରି ଦିଅନ୍ତୁ । ଅନ୍ତତଃ ସେ ଚାଲବୁଲ କରିବାରେ ସକ୍ଷମ ହୁଅନ୍ତୁ’ ବୋଲି କହିଛନ୍ତି । କାଳିଆ ଠାକୁର ତାଙ୍କର ଇଛା ପୂରଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ଦୁଇ ଜଗା ଭକ୍ତଙ୍କ ଭକ୍ତି ଅନ୍ୟ ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଆଣି ଦେଇଥିଲା । ସମସ୍ତେ କହୁଥିଲେ ଏଭଳି ପୁଅ ସମସ୍ତଙ୍କୁ ମିଳୁ । ଦୟାମୟ ଜଗନ୍ନାଥ ତାଙ୍କର କଲ୍ୟାଣ କରନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons