ସୁଲୋଚନାଙ୍କୁ ପ୍ରଥମ ମହିଳା ମେୟର ମୁକୁଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲଗାତର ଚତୁର୍ଥ ଥର ପାଇଁ ବିଜେଡି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମେୟର ପଦ ହାତେଇଛି । ଏଥର ମେୟର ପାଇଁ ପ୍ରଥମଥର ପ୍ରତ୍ୟକ୍ଷ ନିର୍ବାଚନ ହେଉଥିଲା । ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ୬୧ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ଙ୍କୁ ହରାଇ ବାଜି ମାରିଛନ୍ତି ।
ଆଜି ବିଜେବି କଲେଜ ପରିସରରେ ବହୁ ବିଳମ୍ବରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଦିନ ପ୍ରାୟ ସାଢେ଼ ୧୨ଟା ବେଳକୁ ପ୍ରଥମ ରାଉଣ୍ଡରେ କିଛି ୱାର୍ଡର ଫଳ ଆସିଥିଲା । ପ୍ରଥମରୁ ବିଜେଡି ଓ ବିଜେପି ମେୟର ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ରାଉଣ୍ଡ ସୁଦ୍ଧା ଦୁଇ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ ମାତ୍ର ୫ରୁ ୭ ହଜାର ଭିତରେ ଥିଲା । କିନ୍ତୁ ଦ୍ୱିତୀୟ ରାଉଣ୍ଡ ଗଣତି ପରେ ଏହି ବ୍ୟବଧାନ କ୍ରମଶଃ ବଢ଼ିଥିଲା । ସନ୍ଧ୍ୟା ୭ଟା ସୁଦ୍ଧା ମୋଟ ୭୦୫ ବୁଥ୍ର ଗଣତି ସରିଥିଲା । ଏଥିରେ ସୁଲୋଚନାଙ୍କୁ ମୋଟ ୧ଲକ୍ଷ ୭୪ହଜାର ୫୬୨ଖଣ୍ଡ ଭୋଟ୍ ମିଳିଥିଲା । ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ୧ଲକ୍ଷ ୧୩ହଜାର ୪୧୯ ଖଣ୍ଡ ଭୋଟ୍ ପାଇଥିଲେ । କିନ୍ତୁ କଂଗ୍ରେସ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୧୧୦୦୬ ଖଣ୍ଡ ଭୋଟ୍ ପାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons