ସ୍ୱର୍ଗଦ୍ୱାର ଜଳପାନ କେନ୍ଦ୍ର ଲୋକାର୍ପିତ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ପୁରୀ ସ୍ୱର୍ଗଦ୍ୱାର ସୌନ୍ଦର୍ଯୀକରଣ ପ୍ରକଳ୍ପ ଅନ୍ତର୍ଗତ ଜଳପାନ କେନ୍ଦ୍ରକୁ ଶୁକ୍ରବାର ଦିନ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟା ମିଶ୍ର ଲୋକାର୍ପଣ କରିଛନ୍ତି । ଏହି ଜଳପାନ କେନ୍ଦ୍ରରେ ପୁରୀ ବେଳାଭୂମି ପରିଦର୍ଶନ କରୁଥିବା, ସ୍ୱର୍ଗଦ୍ୱାର ଆସୁଥିବା ଲୋକମାନେ ସମ୍ପୂର୍ଣ୍ଣ ନିରାମିଷ ଜଳପାନ କରିବାର ବ୍ୟବସ୍ଥା ହୋଇଛି । ଉକ୍ରଳ ଦିବସ ଅବସରରେ ଏହି ଜଳାପାନ କେନ୍ଦ୍ରକୁ ଲୋକାର୍ପଣ କରିବା ଅବସରରେ ଓଟିଡିସି ଅଧ୍ୟକ୍ଷା କହିିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ହେଉଛି ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର । ଲୋକ ବିଶ୍ୱାସ ରହିଛି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ଆମର ମୋକ୍ଷ ପ୍ରାପ୍ତି ହୋଇଥାଏ । ଏହି କେନ୍ଦ୍ର ଶ୍ରଦ୍ଧାଳୁଙ୍କ ସମେତ ସ୍ୱର୍ଗଦ୍ୱାର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ, ଯାତ୍ରୀଙ୍କ ସେବାରେ ଲାଗି ପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଓଟିଡିସି ବର୍ତ୍ତମାନ ସୁଦ୍ଧା ଏଭଳି ଚାରି ଗୋଟି ଜଳପାନ କେନ୍ଦ୍ର ସ୍ଥାପନ କରି ସାରିଛି । କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ପର୍ଯ୍ୟଟନ ବିକାଶରେ ଗତ ତିନି ବର୍ଷ ମଧ୍ୟରେ ଓଟିଡିସିକୁ ସଫଳତା ମିଳିଛି ବୋଲି ସେ ଦାବି କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ମାର୍ଗଦର୍ଶନରେ ଓଟିଡିସି କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶରେ ସଫଳ ହୋଇଛି । ଏହି କାରଣରୁ ଓଡ଼ିଶାକୁ ଶ୍ରେÂ ତୀର୍ଥ ଯାତ୍ରୀ ରାଜ୍ୟ ଭାବେ ‘ସଫାରୀ ଇଣ୍ଡିଆ ସାଉଥ ଇଷ୍ଟ ଏସିଆ ଟ୍ରାଭେଲ ଆୱାର୍ଡସ୍ ୨୦୨୨’ ପୁରସ୍କାର ମିଳିଛି ବୋଲି ସେ ସୂଚନା ଦେଇଥିଲେ ।
ଏହି ଉତ୍ସବରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଓ ରୀନା ମହାପାତ୍ର, ଯୁଗ୍ମ ସଚିବ ପୂଜା ମିଶ୍ର, ଏଲୋରା ଜେନା, ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ସ୍ୱର୍ଗଦ୍ୱାର ଦାୟିତ୍ୱରେ ଥିବା ସିଦ୍ଧାର୍ଥ ରାୟଙ୍କ ସମେତ ଓଟିଡିସି ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜନାଲ ମ୍ୟାନେଜର ପ୍ରଣମ ଚାନ୍ଦ, ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେର୍ଟିଂ ମ୍ୟାନେଜର ରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗଦ୍ୱାର ସେବା ସମ୍ପର୍କରେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons