ସ୍ୱାମୀ ଶାଢୀ ନକିଣିବାରୁ ମହିଳାଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ନୟାଗଡ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାବିତ୍ରୀ ବ୍ରତ ପାଇଁ ଶାଢ଼ି କିଣିବାକୁ କେନ୍ଦ୍ର କରି ଜଣେ ମହିଳା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ , ଚକ୍ରଧରପୁର ଗ୍ରାମର ଦିବାକର ସେଠୀ ( ୫୫ ) ଙ୍କର ସ୍ତ୍ରୀ ମାମୀ ସେଠୀ ( ୪୫ ) ଗତକାଲି ସନ୍ଧ୍ୟା ସମୟରେ ସାବିତ୍ରୀ ବ୍ରତ ନିମନ୍ତେ ଶାଢ଼ି କିଣିବାକୁ ସ୍ୱାମୀଙ୍କ ନିକଟରେ ଜିଦ୍ କରିଥିଲେ । ମାତ୍ର ସାବିତ୍ରୀ ବ୍ରତ ବହୁତ ଦିନ ଥିବାରୁ ସ୍ୱାମୀ କଥାକୁ ଗୁରୁତ୍ୱ ଦେଇନଥିଲେ । ଫଳରେ ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ କିଛି ସମୟ ଧରି ବଚସା ଲାଗି ରହିଥିଲା । ପରେ ଘରଲୋକ ଖାଇବା ସାରିବାପରେ ଏହାର ସୁଯୋଗ ନେଇ ମାମୀ ଘର ଭିତରେ ଲୁଗା ଲଗାଇ ଝୁଲିପଡ଼ିଥିଲେ । କିଛି ସମୟ ପରେ ସ୍ୱାମୀ ତାଙ୍କ ମୃତଦେହ ଝୁଲୁଥିବାର ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons