ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ:ନୂଆ ଭାରିଆଣ୍ଟ ଉପରେ ନଜର ରଖ

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଯାଇଛି । କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମାଣ୍ଡଭୀୟ ବୈଠକରେ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ଅଛି ନା ନାହିଁ ଏହା ତଦାରଖ କରିବାକୁ ମଧ୍ୟ ମାଣ୍ଡଭୀୟ ନିଦେ୍ର୍ଧଶ ଦେଇଛନ୍ତି । ଦେଶରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ଟିକା ପହଞ୍ଚାଇକୁ ପଦକ୍ଷେପ ଗ୍ରହଣ କରିବାକୁ ମାଣ୍ଡଭୀୟ କହିଛନ୍ତି । ବୈଠକରେ ନୀତି ଆୟୋଗ ସଦସ୍ୟ ଭିକେ ପୌଲ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ, ଆଇସିଏମ୍ଆର ନିଦେ୍ର୍ଧଶକ ବଳରାମ ଭାର୍ଗଭ ପ୍ରମୁଖ ସାମିଲ ହୋଇଥିଲେ ।
ବୈଠକ ପରେ ମାଣ୍ଡଭୀୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ବର୍ତ୍ତମାନସୁଦ୍ଧା କରୋନା ମହାମାରୀର ଶେଷ ହୋଇନାହିଁ । ବିପଦ ସମ୍ପୂର୍ଣ୍ଣ ଟଳିନାହିଁ, ଏଣୁ ସତର୍କ ରହିବାର ଆବଶ୍ୟକତା ରହିଛି । ବୁଷ୍ଟର ଡୋଜ୍ ନେବାକୁ ଯୋଗ୍ୟ ଲୋକମାନେ ଯଥାଶୀଘ୍ର ସମ୍ଭବ ବୁଷ୍ଟର ଡୋଜ୍ ଗ୍ରହଣ କରନ୍ତୁ । ଦେଶରେ ୯୭ଧ ହିତାଧିକାରୀ ଅତିକମ୍ରେ ଗୋଟିଏ ଡୋଜ୍ ଟିକା ନେଇ ସାରିଲେଣି । ୮୫ଧ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇଛନ୍ତି । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତକଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଥିବା ପ୍ରକାଶ କରି ମାଣ୍ଡଭୀୟ କହିଥିଲେ, ଭାରତରେ ୧୦ ଲକ୍ଷ ଜନସଂଖ୍ୟା ଅନୁପାତରେ ୩୮୦ ଜଣ କରୋନା ମହାମାରୀରେ ପ୍ରାଣ ହରାଉଥିବା ବେଳେ ବିଶ୍ୱରେ ୧୦ ଲକ୍ଷ ଜନସଂଖ୍ୟା ଅନୁପାତରେ ୭୮୮ ଜଣଙ୍କର ମୃତୁ୍ୟ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons