ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ଆପ୍ର): ଦୁର୍ଘଟଣାଜନିତ ମୃତୁ୍ୟହାର ହ୍ରାସ କରିବା ପାଇଁ ପୁଲିସ ପକ୍ଷରୁ ହେଲମେଟ ପିନ୍ଧିବାକୁ ବାଧ୍ୟ କରାଯାଇଛି । ହେଲମେଟ ନାହିଁ ତ ପୋଟ୍ରୋଲ ମଧ୍ୟ ନାହିଁ ଭଳି ନିୟମ କରିଛି ପୁଲିସ । ଆଜି ସ୍ଥାନୀୟ ପୋଟ୍ରୋଲ ପମ୍ପରେ ପୁଲିସ ପକ୍ଷରୁ ବାଇକ ଚାଳକମାନଙ୍କୁ ଏଭଳି ସଚେତନ କରାଯାଇଥିଲା । ଥାନା ଅଧିକାରୀ ବିରଞ୍ଚି ନାରାୟଣ ଜଗତଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ପମ୍ପମାଲିକ ଓ କର୍ମଚାରୀଙ୍କୁ ଡାକି ହେଲମେଟ ସଚେତନ କରିଥିଲେ । ପମ୍ପ ପରିସରରେ ଏନେଇ ପୁଲିସ ପକ୍ଷରୁ ଏକ ସଚେତନତା ପୋଷ୍ଟର ଲଗାଯାଇଛି । ଏଥିସହ ଖୁଚୁରା ବିକ୍ରେତାମାନଙ୍କୁ ମଧ୍ୟ ଏନେଇ ତାଗିଦ୍ କରାଯାଇଛି । ସେହିପରି ବିଭିନ୍ନ ଛକରେ ଲଗାଯାଇଥିବା ସିସିଟିଭିଗୁଡ଼ିକୁ ତଦାରଖ କରାଯାଇଥିଲା । ଏସବୁକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଜଗତ କହିଛନ୍ତି । ଅନୁରୂପ ବାବେ ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବାକୁ କର୍ମଚାରୀଙ୍କୁ ଥାନା ଅଧିକାରୀ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons