୧୧ କେଭି ବିଜୁଳି ତାର ସଂସ୍ପରେ ଚାଷୀ ମୃତୁ୍ୟ, ରାସ୍ତାରୋକ

Get real time updates directly on you device, subscribe now.

ବରଗଡ଼, (ବି.ବି.ନୁ୍ୟଜ): ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ତାର ସଂଶର୍ସ୍ପରେ ଆସି କଳାପାଣି ଆନ୍ଧ୍ରପଡ଼ାର ଜଣେ ୬୫ ବର୍ଷ ବୟସ୍କ ଚାଷୀ ଏସ. ସତରାଜୁଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ଏହାକୁ ନେଇ ବରଗଡ଼ ଉପଖଣ୍ଡରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଜୁଳି ବିଭାଗର ଅବହେଳା ସାଧାରଣରେ ଉତ୍ତେଜନା ଖେଳାଇ ଦେଇଥିବା ବେଳେ ଉତ୍ତେଜିତ ଚାଷୀ ଓ ଗ୍ରାମବାସୀ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ବିଭାଗୀୟ କତ୍ତୃଁପକ୍ଷ ଏବଂ ପୁଲିସ ଉପସ୍ଥିତିରେ ଆଲୋଚନା ପରେ ଟିପିଡବ୍ଲୁଓଡିଏଲ୍ ୨ ଲକ୍ଷ କ୍ଷତିପୂରଣ ଦେବା ସହ ଓହଳି ପଡ଼ିଥିବା ଓ ଦୁର୍ବଳ ଥିବା ତାର ତୁରନ୍ତ ମରାମତି କରିବାକୁ ପ୍ରତିଶ୍ରୁତି ଦେବାରୁ ଦୀର୍ଘ ୫ ଘଣ୍ଟା ପରେ ଏନ୍ଏଚ୍ ଅବରୋଧ ହଟିଥିଲା । ଏହି ୫ ଘଣ୍ଟା କାଳ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ସୂଚନାମତେ, ବରଗଡ଼ ଉପଖଣ୍ଡ ଅତାବିରା ଥାନା କଳାପାଣି ଗାଁର ଆନ୍ଧପଡ଼ାରେ ବସବାସ କରୁଥିବା ଚାଷୀ ଏସ. ସତରାଜୁଙ୍କ ଆଜି ଭୋର ସକାଳେ ୧୧ କେଭି ବିଜୁଳି ତାର ସଂଶର୍ସ୍ପରେ ଆସିବାରୁ ପରଲୋକ ହୋଇଛି । ପ୍ରତିଦିନ ଭଳି ଆଜି ସକାଳୁ ଉଠି ସେ ରଖିଥିବା ଗାଈଗୋରୁଙ୍କ ଚାରା ସଂଗ୍ରହ ପାଇଁ ବିଲକୁ ଯାଇଥିଲେ । ହେଲେ ଅଧରାତିରୁ କେତେବେଳେ ଛିଣ୍ଡି ତଳେ ପଡ଼ିଥିବା ବିଜୁଳି ତାର ବିଷୟରେ ଅଜ୍ଞ ସତରାଜୁ ବିଲରେ ପ୍ରବେଶ କରିବା କ୍ଷଣି କରେଣ୍ଟ ଲାଗି ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା । ଦୀର୍ଘ ସମୟ ଯାଏଁ ଘରକୁ ନଫେରିବାରୁ ପରିବାରବର୍ଗ ଖୋଜାଖୋଜି ଆରମ୍ଭ କରିବା ପରେ ସତରାଜୁ ମୃତାବସ୍ଥାରେ ବିଲ ଭିତରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ତାଙ୍କ ଶରୀର ପାଖରେ ୧୧ କେଭି ବିଜୁଳି ତାର ଯାଇଥିବା ଦେଖି ଭୟରେ ପାଖକୁ ଆଉ କେହିନଯାଇ ସ୍ଥାନୀୟ ବିଜୁଳି ବିଭାଗ ସହିତ ଅତାବିରା ବିଜୁଳି ବିଭାଗ ଏସ୍ଡିଓଙ୍କୁ ଖବର କରିଥିଲେ । ବାରମ୍ବାର ଟେଲିଫୋନିକ ସୂଚନା ସତ୍ୱେ କେହି ଆସିନଥିବା ବେଳେ ଛିଣ୍ଡା ତାରରେ ବିଜୁଳି ପ୍ରବାହ ଜାରି ଥିବାରୁ ଅସନ୍ତୁଷ୍ଟ କଳାପାଣି ଓ ଆନ୍ଧ୍ରପଡ଼ାବାସୀ ଓ ଚାଷୀ କଳାପାଣି ଛକକୁ ଯାଇ ପୂର୍ବାହ୍ନ ୮ଟାରୁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ହଜାର ହଜାର ଯାନବାହାନ ଅଟକି ଯିବାରୁ ଯାତାୟାତ, ପରିବହନ ଆଦି ସବୁକିଛି ଠପ୍ ହୋଇଯାଇଥିଲା । ବିଜୁଳି ବିଭାଗର ଅବହେଳା ବିରୋଧରେ ଚାପା ଉତ୍ତେଜନା ବଢ଼ୁଥିବା ସୂଚନା ପାଇଁ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କେହି ନମାନିବାରୁ ଅପରାହ୍ନ ୨ଟା ଯାଏଁ ଅଚଳାବସ୍ଥା ଜାରି ରହିଥିଲା । ଓହଳି ପଡ଼ିଥିବା ବା ଦୁର୍ବଳ ହୋଇପଡ଼ିଥିବା ବିଜୁଳି ତାର ମରାମତି, ଜନ ଅଭିଯୋଗ ସତ୍ୱେ ବିଭାଗୀୟ ଅବହେଳାର ତଦନ୍ତ କରାଯାଉ ଏବଂ ମୃତକଙ୍କ ପରିବବାରବର୍ଗଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆନେ୍ଦାଳନକାରୀ ଦାବି କରିଥିଲେ । ଶେଷରେ ବରଗଡ଼ ପୁଲିସର ହସ୍ତକ୍ଷେପ ଏବଂ ପ୍ରଶାସନିକ ନିଦେ୍ର୍ଧଶକ୍ରମେ ଅତାବିରା ସେrନ ବିଜୁଳି ବିଭାଗର ଏସଡିଓ ଏବଂ ଅଧିକାରୀମାନେ ଆନେ୍ଦାଳନ ସ୍ଥଳିରେ ପହଞ୍ଚି ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଜୁଳି ବିଭାଗ ଟିପିଡବ୍ଲୁଓଡ଼ିଏଲ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଉଭୟ ଏଚଟି ଓ ଏଲଟି ବିଜୁଳି ତାର ମରାମତି କରାଯିବ ବୋଲି ସ୍ପଷ୍ଟ କରିବା ପରେ ଅପରାହ୍ନ ୨ଟାରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଦୀର୍ଘ ୫ଘଣ୍ଟା ରାସ୍ତାରୋକ ଯୋଗୁଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଦୂରଦୂରାନ୍ତରୁ ଆସିଥିବା ଟ୍ରକ ଡ୍ରାଇଭରମାନେ ରାସ୍ତା ଉପରେ ହିଁ ରୋଷେଇ କରି ଖାଇବାକୁ ବାଧ୍ୟ ହୋଇଥିଲେ । ତେବେ ଆମ୍ବୁଲାନ୍ସ ସେବା ଓ ସ୍କୁଲ ବସ ସେବା ଜାରି ରହିଥିଲେ ମଧ୍ୟ କନ୍ୟାଦାନ, ଝିଅ ଦେଖା ଆଦି ମାଙ୍ଗଳିକ କାର୍ଯ୍ୟରେ ବାହାରି ଅଧାବାଟରେ ଠିଠି ଖରାରେ ରହିବାକୁ ବାଧ୍ୟ ହୋଇଯାଇଥିବା ଏକାଧିକ ପରିବାରବର୍ଗଙ୍କ ଅସନ୍ତୋଷ ବିଜୁଳି ବିଭାଗର ଅପାରଗତାକୁ ଚର୍ଚ୍ଚାର ପରିସରଭୁକ୍ତ କରିଥିଲା ।
ପ୍ରକାଶଥାଉକି, ବଡ଼ ପୁଅ-ବୋହୂଙ୍କ ମୃତୁ୍ୟ ପରେ ପରିବାର ପରିପୋଷଣର ଭାର ଉଠାଇ ପରିଣତ ବୟସରେ ବି କାମଧାମ କରୁଥିବା ସତରାଜୁ ଭାଗଚାଷ କରୁଥିବା ବେଳେ ଗାଈକ୍ଷୀର ବିକ୍ରୀ କରି ପେଟପାଟଣା କରୁଥିଲେ । ଗାଈଙ୍କ ପାଇଁ ଘାସ ଆଣିଯିବା ଆଜି ତାଙ୍କ ପାଇଁ କାଳ ସାଜିଥିବାରୁ ଗାଁରେ ଗଭୀର ଶୋକ ଖେଳିଯାଇଛି । ସ୍ୱର୍ଗତ ରାଜୁ ତାଙ୍କ ପଛରେ ସ୍ତ୍ରୀ, ସାନପୁଅ ଏବଂ ୨ ଜଣ ନାତିଙ୍କୁ ଛାଡ଼ି ଯାଇଛନ୍ତି । ଏମାନଙ୍କ ପେଟପାଟଣା ପାଇଁ ସୁବିଧା କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ସେହିଭଳି ଗାଁର ଚାଷୀନେତା ଏକାଦଶୀଆ ସାହୁ ଓ ସୁରେଶ ନେକାନ୍ତି ମରାମତି ଅଭାବରୁ ଏକାଧିକ ସ୍ଥାନରେ ଏଭଳି ଏଚଟି/ଏଲଟି ଲାଇନ ତାର ଓହଳି ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ତାକୁ ମରାମତି କରାଯାଉ ବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons