୧୨୦ କେଜି ଗଞ୍ଜେଇ ଜବତ

Get real time updates directly on you device, subscribe now.

ମୁନିଗୁଡା,(ବି.ବି.ନୁ୍ୟଜ): ମୁନିଗୁଡା ପୁଲିସକୁ ମିଳିଛି ସଫଳତା । ଏକ ଗାଡ଼ି ସହ ୧୨୦ କେଡି ଗଞ୍ଜେଇ ଜବତ କରିଛି । ଶୁକ୍ରବାର ରାତିରେ କୁଟ୍ରାଗଡ଼ ଛକ ନିକଟରେ ଜଣେ ଯୁବକକୁ ଧକ୍କା ଦେଇ ଦ୍ରୁତଗତିରେ ଆସୁଥିବା ଏକ ସ୍କୋର୍ପିଓ(ସିଜି ୧୩ ବିଏଲ ୧୪୮୫)କୁ ପୁଲିସ ଅଟକାଇଥିଲା । ପୁଲିସକୁ ଦେଖି ଗାଡ଼ି ଚାଳକ ଝାମରାଗୁଡ଼ା ଗେଟ ନିକଟରେ ଛାଡିଦେଇ ଫେରାର୍ ହୋଇଯାଇଥିଲା । ଏସଡ଼ିପିଓ ଆକାଶଚନ୍ଦ୍ର ସାହୁଙ୍କ ନିଦେ୍ର୍ଧଶରେ ଆଇଆଇସି ସୁଜ୍ଞାନୀ ସାହୁଙ୍କ ସମେତ ଏକ ଟିମ୍ ସେଠାରେ ପହଞ୍ଚି ଗାଡ଼ିକୁ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡ଼ି ଭିତରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ପରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଜବତ ହୋଇଥିବା ୧୨୦ କେଜି ଗଞ୍ଜେଇର ଆନୁମାନିକମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ମୁନିଗୁଡା ଥାନାରେ ୭୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀମତୀ ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons