୧୫ ଦିନ ହେଲା ଜଳ ଯୋଗାଣ ଠପ୍

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ଆପ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ତତଲା ଝାଞ୍ଜି ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଏଭଳି ସ୍ଥିତିରେ ପିଇବା ପାଣି ଅଭାବ ଲୋକଙ୍କ ସମସ୍ୟାକୁ ଜଟିଳ କରିଛି । ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗର ଅଦୂରଦର୍ଶିତା ଯୋଗୁଁ ଲୋକ ଜଳକଷ୍ଟ ଭୋଗୁଥିବା ଅଭିଯୋଗ ହୋଇଛି । ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ପାଣି ଆସୁନି । ପାନୀୟ ଜଳ ସମସ୍ୟା ସମାଧାନ ଦାବିରେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ସାହାସପୁର ହାଟପଦା ଗ୍ରାମର ଶତାଧିକ ପୁରୁଷ ମହିଳା ହାଣ୍ଡି ମାଠିଆ ଓ ବାଲଟି ରଖି ଦିଗପହଣ୍ଡି -ଶେରଗଡ଼ ରାଜପଥ ଅବରୋଧ କରିଛନ୍ତି । ପାଣି ପାଇଁ ଲୋକ ହନ୍ତସନ୍ତ ହେଉଥିବା ବେଳେ ନୂଆ ମୋଟର ହରଣଚାଳ କରି ପୁରୁଣା ମୋଟର ସଂଯୋଗ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘୋଡ଼ାହାଡ଼ ନଦୀ ଜଲମରା ନିକଟରେ ମେଗା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି । କିନ୍ତୁ ୧୫ ଦିନ ହେଲା ପାଣି ଆସୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ଦୁଇ ଘଣ୍ଟା ରାସ୍ତା ଅବରୋଧ ପରେ ଘଟଣାସ୍ଥଳରେ ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ପହଞ୍ଚି ଆନେ୍ଦାଳନକାରୀ ଓ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲାଚନା କରିଥିଲେ । ସନ୍ଧ୍ୟା ସୁଦ୍ଧା ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା । ଏନେଇ ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ଯେ ଉକ୍ତ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି । ଖୁବ୍ ଶୀଘ୍ର ପାଣି ଯୋଗାଇ ଦିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons