୧୮ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସଚିବାଳୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ପ୍ରଶାସନର ପ୍ରମୁଖ କାର୍ଯ୍ୟାଳୟ ସଚିବାଳୟ ଆସନ୍ତା ୧୮ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ । କୋଭିଡ୍ କଟକଣା ଯୋଗୁ ଗତ ଦୁଇ ବର୍ଷ ହେବ ବନ୍ଦ ରହିଥିବା ସଚିବାଳୟ ତଥା ବର୍ତ୍ତମାନର ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଲୋକଙ୍କ ପାଇଁ ୧୮ରୁ ଖୋଲିବ ।
ପୂର୍ବରୁ ଲୋକମାନେ ଯେମିତି ରିସେପସନ୍ କାଉଣ୍ଟରରୁ ନିର୍ଦ୍ଧିଷ୍ଟ କାର୍ଯ୍ୟ ପାଇଁ ପାସ୍ ପ୍ରସ୍ତୁତ କରି ଯାଇପାରୁଥିଲେ ଏବେ ସେହି ସମାନ ପ୍ରକି୍ରୟାରେ ସଚିବାଳୟ ଭିତରକୁ ଯାଇପାରିବେ । ଏହା ସହିତ epravesh.odisha.gov.inରୁ ବି ଲୋକମାନେ ଅନଲାଇନ୍ ପାସ୍ ପାଇପାରିବେ । ନଚେତ୍ ମୋବାଇଲ୍ ଆପ୍ (ePravesh)ରୁ ବି ପାସ୍ ପାଇପାରିବେ । ଦୀର୍ଘଦିନ ହେବ ଲୋକମାନେ ନିଜର ଆପତ୍ତି ଓ ଅଭିଯୋଗ ତଥା ପଡ଼ି ରହିଥିବା କାମ ପାଇଁ ଚେଷ୍ଟା କରି ମଧ୍ୟ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ଯାଇପାରୁନଥିଲେ । କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏବେ କେବଳ ସାଧାରଣ ଲୋକ ନୁହଁ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକ ମଧ୍ୟ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ଯାଇପାରିବେ । ଦୁଇ ବର୍ଷ ପରେ ସରକାର ଏଭଳି ନିଷ୍ପତ୍ତି ନେଇଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons