୨ ନିଶା ବେପାରୀଙ୍କୁ ମାଡ଼ି ବସିଲା ପୁଲିସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହଂସପାଳରୁ ଜବତ ହୋଇଛି ୧୫ ଲକ୍ଷର ବ୍ରାଉନ୍ସୁଗର । ଭଦ୍ରକରୁ ବ୍ରାଉନ୍ସୁଗର ଆଣି ଆସୁଥିବା ବେଳେ ପାହାଳ ଥାନା ପୁଲିସ ୧୫୧ ଗ୍ରାମର ବ୍ରାଉନ୍ସୁଗର ଜବତ କରିବା ସହ ୨ ନିଶା ବେପାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ଭଦ୍ରକ ଟାଉନ୍ ଥାନା କଣ୍ଟାବଣିଆର ରାଜା ଓରଫ ସେଖ୍ ରିଆଜ(୨୬) ଓ ଭଦ୍ରକ ପୁରୁଣାବଜାର ସତିଆର ସଲିମ୍ ଖାନ୍(୨୮) ।
ସୂଚନା ଅନୁଯାୟୀ, ରାଜା ଓ ସଲିମ୍ ଜଳେଶ୍ୱରରୁ ବ୍ରାଉନ୍ସୁଗର ଆଣି ରାଜଧାନୀର ବିଭିନ୍ନ ସ୍ଥାନରେ ବେପାରୀଙ୍କୁ ଯୋଗାଇଥାନ୍ତି । ରାଜା ଓ ସଲିମ୍ ଆଜି ସକାଳେ ଏକ ୟାମାହା ଏଫ୍ଜେଡ୍ ବାଇକ୍ (ଓଡି୨୨ଏଲ୍-୮୯୪୯) ଯୋଗେ ବ୍ରାଉନ୍ସୁଗର ଆଣି ଭୁବନେଶ୍ୱର ଆସୁଥିବା ପାହାଳ ଥାନା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଟିମ୍ ହଂସପାଳ ପୁରୀ କେନାଲ ବ୍ରିଜ ନିକଟରେ ଛକି ରହିଥିଲେ । ରାଜା ଓ ସଲିମ୍ ବାଇକ୍ରେ ଆସିବା ବେଳେ ପୁଲିସ ଟିମ୍ ସେମାନଙ୍କୁ ଅଟକାଇଥିଲା । ସେମାନେ ପୁଲିସକୁ ଦେଖି ବାଇକ୍ ଛାଡ଼ି ଖସି ପଳାଉଥିବା ବେଳେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ସେମାନଙ୍କ ବାଇକ୍ ଡିକିରୁ ୧୫୧ ଗ୍ରାମର ବ୍ରାଉନ୍ସୁଗର ମିଳିଥିଲା । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ । ପୁଲିସ ବ୍ରାଉନ୍ସୁଗର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଆସନ୍ତାକାଲି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons