୪୧୭ କେଜି ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ସାନଖେମୁଣ୍ଡି, (ବି.ବି.ଆପ୍ର): ପାଟପୁର ପୁଲିସ ମଙ୍ଗଳବାର ଘାଷିଆମ୍ବ ଗ୍ରାମର ଏକ ଘର ଭିତରୁ ୪୧୭ କେଜି ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ଅଶ୍ୱିନୀ ଗମାଙ୍ଗ, ସାଇଡ୍ରାକ ଗମାଙ୍ଗ ଓ ଅରକ୍ଷିତ ମଣ୍ଡଳ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଖବରନୁଯାୟୀ, ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପାଟପୁର ଥାନା ଅଧୀନସ୍ଥ ଘାଷିଆମ୍ବ ଗ୍ରାମରେ ଚଢ଼ଉ କରିଥିଲା । ଏହି ଚଢଉ ସମୟରେ ପୁଲିସ ଏକ ଘର ଭିତରୁ ୪୧୭ କେଜି ମାରାତ୍ମକ ନିଦ୍ରାକାରକ ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣ ଯୁବକଙ୍କୁ କାବୁ କରିଥିଲା । ଏନେଇ ପାଟପୁର ଥାନା ମାମଲା ୩୩୨/୨୨ ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons