୪୬ ନଂ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ପୁଷ୍ପା ରାଉତ ବିଜୟୀ

Get real time updates directly on you device, subscribe now.

ଭୁବନେଶ୍ୱର : ୪୬ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେଡି ଓ ବିଜେପିକୁ ଚକ୍‌ମା ଦେଇ ବିଜୟ ଲାଭ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପୁଷ୍ପା ରାଉତ। ବିଜୟୀ ହେବା ପରେ ପୁଷ୍ପା କହିଛନ୍ତି, ପୁଷ୍ପା କଭି ଝୁକେଗି ନେହିଁ। ଭୁବନେଶ୍ୱର ମହାନଗର ନିଗମର ୪୬ ନମ୍ବର ୱାର୍ଡରେ ବିଜେଡିରୁ ପୁଷ୍ପା ରାଉତ ପ୍ରାର୍ଥୀ ହେବାକୁ ଚାହିଁଥିଲେ। ମାତ୍ର ତାଙ୍କୁ ସୁଯୋଗ ମିଳିନଥିଲା। ବିଜେଡି ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଯେଉଁଥିପାଇଁ ପୁଷ୍ପା ମୈଦାନକୁ ଲମ୍ଫ ମାରିଥିଲେ। ଆଉ ନିଜ ସପକ୍ଷରେ ଭୋଟ୍‌ ନେବା ପାଇଁ ଘରକୁ ଘର ବୁଲି ପ୍ରଚାର କରିଥିଲେ। ଯାହାଫଳରେ ଆଜି ସେ ବିଜୟୀ ହୋଇଛନ୍ତି। ଏଥିପାଇଁ ୱାର୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁଷ୍ପା। ଆଉ ସାଉଥ୍‌ ଫିଲ୍ମ ଷ୍ଟାଇଲ୍‌ରେ କହିଛନ୍ତି, ପୁଷ୍ପା କଭି ଝୁକେଗା ନେହିଁ।
ପୁଷ୍ପା ଆହୁରି କହିଛନ୍ତି, ଲୋକମାନଙ୍କ ଭଲ ପାଇବା ଯୋଗୁ ମୁଁ ଆଜି ଏଠାକୁ ଆସିପାରିଛି। ମୋ ସ୍ୱାମୀ ସମସ୍ତଙ୍କୁ ବହୁ ସାହାଯ୍ୟ ଓ ସଯୋଗ କରିଛନ୍ତି। ଯେଉଁଥିପାଇଁ ଲୋକମାନେ ମୋତେ ଏତେ ଭଲ ପାଇବା ଦେଇଛନ୍ତି। ଆଗାମୀ ଦିନରେ ମୋ ୱାର୍ଡର ଲୋକଙ୍କ ପାଇଁ କାମ କରିବି ବୋଲି ପୁଷ୍ପା କହିଛନ୍ତି।
ଯେଉଁଠି ବିଜେଡି ପାର୍ଟି ଅଫିସ୍‌ର ମୁଖ୍ୟକାର୍ୟ୍ୟାଳୟ, ପାଣ୍ଡିଆନ୍‌ ସାର ଓ ବବି ଭାଇଙ୍କ ଭଳି ଟାଣୁଆ ନେତା ରହୁଛନ୍ତି, ସେଠି କେମିତି ଜିତିଲେ ବୋଲି ପ୍ରଶ୍ନରେ ପୁଷ୍ପା ହସି ହସି କହିଥିଲେ କେଉଁଠି ନା କେଉଁଠି ସେମାନଙ୍କ ଭଲ ପାଇବା ଆମ ଉପରେ ରହିଛି। ସେଥିପାଇଁ ମୁଁ ଆଜି ଜିତି ପାରିଛି ବୋଲି ପୁଷ୍ପା କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons