୫୦ ହଜାରର ମଦ ନଷ୍ଟ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଅବକାରୀ ବିଭାଗ ପକ୍ଷରୁ ରଣ୍ଡାପାଲ୍ଲୀ ପଞ୍ଚାୟତ ବୈରାଗୀମଠ ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ଚଢଉ କରାଯାଇଛି । କର୍ମଚାରୀମାନେ ୪ଟି ରନ୍ଧା ଭାଟି ଭାଙ୍ଗିବା ସହ ୧ ହଜାର ଲିଟର ପୋଚ ଏବଂ ୬୦ ଲିଟର ମଦ ନଷ୍ଟ କରିଛନ୍ତି । ଏହାର ମୂଲ୍ୟ ୫୬ ହଜାର ଟଙ୍କା ହେବ । ଏ ସମ୍ପର୍କରେ ସ୍ଥାନୀୟ ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଓଆଇସି ସଞ୍ଜୟକୁମାର କାଣ୍ଡି କହିଛନ୍ତି । ଆଜି ପୂର୍ବାହ୍ନରେ ଓଆଇସି ଶ୍ରୀ କାଣ୍ଡି, ଏଏସ୍ଆଇ ଏମ୍. ଲକ୍ଷ୍ମଣ ରାଓ ଏବଂ ବିଭାଗୀୟ କର୍ମଚାରୀ ବୈରାଗୀମଠ ନିକଟ ଏକ ସ୍ଥାନରେ ଚଢଉ କରିଥିଲେ । ପୁଲିସକୁ ଦେଖି ମଦ ରନ୍ଧାଳୀମାନେ ଚମ୍ପଟ ମାରିଥିଲେ । ଭାଟି ଭଙ୍ଗାଯିବା ସହ ମଦ ରନ୍ଧାରେ ବ୍ୟବହୃତ ପାଣି ଡ୍ରମ୍ ଏବଂ ହାଣ୍ଡି ଜବତ କରାଯାଇଛି । ଓଆଇସି ଶ୍ରୀ କାଣ୍ଡି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons