୫୯୪ ପ୍ୟାକେଟ ମଦ ଜବତ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବେଆଇନ ମଦ କାରବାର ଅଭିଯୋଗରେ ସଦର ପୁଲିସ ୨ଟି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କୁନ୍ଦୁରା ବ୍ଲକ ଲିମାର ସବା ଜାନୀ(୨୫), ପ୍ରହଲ୍ଲାଦ ହରିଜନ(୧୯) ଏବଂ ଜଗନ୍ନାଥ ବାରିକ(୨୨) । ଅଭିଯୁକ୍ତଙ୍କ ପାଖରୁ ୫୯୪ ପ୍ୟାକେଟ ମଦ ପାଉଚ୍ ଜବତ କରାଯାଇଛି । ଯାହାର ମୂଲ୍ୟ ୮ ହଜାର ୩୦୦ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଲେଖାଏଁ ୨ ଚକିଆ ଗାଡ଼ି ଜବତ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଈଶ୍ୱର ତାଣ୍ଡି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ ଏବଂ ବିଭାଗୀୟ କର୍ମଚାରୀ ଅନ୍ତାରେ ଚଢଉ କରିଥିଲେ । ଜଗନ୍ନାଥ ଏକ ସ୍କୁଟର(ଓଡି ୧୦ ବି-୧୯୩୯)ରେ ମଦ ବୋଝେଇ କରି ଲିମାରୁ ଆସୁଥିଲା । ଯାଞ୍ଚବେଳେ ଗାଡ଼ିରୁ ୪୨ ଲିଟର(୩୦୦ ପ୍ୟାକେଟ) ମଦ ବାହାରିଥିଲା । ସେହିପରି ଦଳେଇପୁଟ ଛକ ନିକଟରେ ପାଟ୍ରୋଲିଂ ଚାଲିଥିବା ବେଳେ ବାଇକ୍(ଓଡି ୧୦ ଏଚ-୩୭୪୪)ରେ ସବା ଏବଂ ପ୍ରହଲ୍ଲାଦ ମଦ ନେଇ ଲିମାରୁ ଫାମ୍ପୁଣିକୁ ଆସୁଥିଲେ । ଅଧିକାରୀମାନେ ବାଇକ୍ ଅଟକାଇ ଯାଞ୍ଚ କରିଥିଲେ । ଗାଡ଼ିରୁ ୪୧ ଲିଟର(୨୯୪ ପ୍ୟାକେଟ୍) ମଦ ପ୍ୟାକେଟ୍ ବାହାରିଥିଲା । ସମସ୍ତ ବିକ୍ରି ଲାଗି ଲିମା ଅଞ୍ଚଳରୁ ମଦ ଆଣିଥିବା ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ଥାନାରେ ୨ଟି ମାମଲା ରୁଜୁ କରାଯାଇଥିଲା । ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ଶଙ୍କର ପଣ୍ଡା ପ୍ରଥମ ଏବଂ ଏଏସ୍ଆଇ ଗଣେଶପ୍ରସାଦ ବେହେରା ଦ୍ୱିତୀୟ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons