ମସ୍କୋ: ରୁଷ ଆଜି ଘୋଷଣା କରିଛି କି କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସିଏ ଯେଉଁ ଟିକା ବିକଶିତ କରୁଛି, ତାହାର ଚଳିତ ମାସ ୧୨ ତାରିଖରେ ପଞ୍ଜୀକରଣ କରାଯିବ । ଆସନ୍ତା ଅକ୍ଟୋବର ମାସରୁ ସିଏ ସମଗ୍ର ଦେଶରେ ବ୍ୟାପକ ମାତ୍ରାରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ।ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚୁ୍ୟଟ୍ ଏହି ଟିକା ବିକଶିତ କରିଛନ୍ତି । ସେଠାକାର ସ୍ୱାସ୍ଥ୍ୟ ଉପମନ୍ତ୍ରୀ ଓଲେଗ ଗ୍ରିଦନେଭ୍ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏବେ ଉକ୍ତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଏହି ପରୀକ୍ଷଣ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ଉକ୍ତ ଟିକା ବ୍ୟବହାର କରିବା ନିରାପଦ ଅଟେ । ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ନାଗରିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯିବ । ଯଦି ଟିକା ନେଉଥିବା ଲୋକଙ୍କ ଦେହରେ କରୋନା ଭାଇରସର ମୁକାବିଲା କରିବା ପାଇଁ ରୋଗ ପ୍ରତିରୋଧକ କ୍ଷମତା ବିକଶିତ ହୋଇଯାଉଛି, ତାହାହେଲେ ଉକ୍ତ ଟିକାକୁ ଅତି ପ୍ରଭାବଶାଳୀ ବୋଲି ମନେ କରାଯିବ ।
ଏହା ପୂର୍ବରୁ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଥିଲା ଯେ ଉକ୍ତ ଟିକା ନେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କ ଦେହରେ କରୋନା ଭାଇରସର ମୁକାବିଲା ପାଇଁ ରୋଗ ପ୍ରତିରୋଧକ କ୍ଷମତା ବିକଶିତ ହୋଇଥିବାର ଜଣାପଡିଛି । ଜୁନ୍ ୧୮ରୁ ଏହି ଟିକାର ପ୍ରୟୋଗ ଆରମ୍ଭ କରାଯାଇଥିଲା । ୩୮ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ଦେହରେ କରୋନା ମୁକାବିଲା ପାଇଁ ଇମୁ୍ୟନିଟି ପାୱାର ବିକଶିତ ହୋଇଯାଇଥିଲା । ସ୍ୱେଚ୍ଛାସେବୀମାନଙ୍କର ପ୍ରଥମ ଦଳକୁ ଜୁଲାଇ ୧୫ ଏବଂ ଦ୍ୱିତୀୟ ଦଳକୁ ଜୁଲାଇ ୨୦ରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।
ରୁଷ ଗଣମାଧ୍ୟମରେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦାବି କରାଯାଇଛି କି ସେଠାକାର ଅନ୍ୟ ଏକ ପ୍ରତିÂାନ ଦ୍ୱାରା ବିକଶିତ କରାଯାଉଥିବା କରୋନା ଟିକାର ପରୀକ୍ଷଣ ବି ସଫଳ ହୋଇଛି । ଭିକ୍ଟୋରିଆ ଷ୍ଟେସ ରିସର୍ଚ୍ଚ ସେଣ୍ଟର ଅଫ ଭାଇରୋଲୋଜି ଏଣ୍ଡ ବାୟୋଟେକ୍ନୋଲୋଜି ଉକ୍ତ ଟିକା ବିକଶିତ କରିଛି । ଯେଉଁମାନଙ୍କୁ ଟିକା ଦିଆଯାଇଥିଲା, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି ।
କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବଲୁ୍ୟଏଚଓ) ଏବଂ ଅନେକ ପାଶ୍ଚାତ୍ୟ ଦେଶ ରୁଷର ଏଭଳି ତ୍ୱରିତ ପଦକ୍ଷେପକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି ଯେ ପ୍ରଥମେ ଟିକା ବିକଶିତ କରିବା ଲକ୍ଷ୍ୟରେ ରୁଷ ଏଭଳି କିଛି ନକରୁ ଯାହାର ପରିଣାମ ଆହୁରି ଘାତକ ହେବ । ଡବଲୁ୍ୟଏଚଓ କହିଛି ଯେ ଟିକାର ପରୀକ୍ଷଣ ଏବଂ ବ୍ୟବହାର ପାଇଁ ଯେଉଁ ସବୁ ଦିଶାନିଦେ୍ର୍ଧଶ ରହିଛି ରୁଷ ସେସବୁର ଠିକ୍ ଭାବେ ପାଳନ କରୁ ।
Comments are closed, but trackbacks and pingbacks are open.