ଅକ୍ଟୋବର ୨ରୁ ଆରମ୍ଭ ହେବ ‘ମୋ ସରକାର’ :ପୁଲିସ ପ୍ରସ୍ତୁତି ସମୀକ୍ଷା କଲେ ଡିଜି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହେଉଛି ‘ମୋ ସରକାର’ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍ଘାଟନ କରାଯିବ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ପୁଲିସରେ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଇତିମଧ୍ୟରେ ବିଭିନ୍ନ ଜିଲ୍ଲାର ୩୫୦ ରୁ ଅଧିକ ପୁଲିସ ଅଧିକାରୀ, କର୍ମଚାରୀ ଓ ମାଷ୍ଟର ଟ୍ରେନର୍ଙ୍କୁ କମ୍ପୁ୍ୟଟର ଜ୍ଞାନ କୌଶଳ, ପୁଲିସର ଆଚାର ବ୍ୟବହାର ପରିବର୍ତ୍ତନ ଓ କଲ୍ ସେଣ୍ଟର୍ଗୁଡ଼ିକର କାର୍ଯ୍ୟକାରିତା ଉପରେ ପ୍ରଶିକ୍ଷଣ ପ୍ରଦାନ ଦିଆଯାଇଛି । ଚଳିତ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଧ୍ୟ ରାଜ୍ୟର ସବୁ ପୁଲିସ ଜିଲ୍ଲାମାନଙ୍କରେ ସେହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ପୁଲିସର ଏହି ସବୁ ପ୍ରସ୍ତୁତିର ଆଜି ସମୀକ୍ଷା କରିଛନ୍ତି ପୁଲିସ ମହାନିଦେ୍ର୍ଧଶକ (ଡିଜି) ବିଜୟ କୁମାର ଶର୍ମା ।
ବକ୍ସିବଜାରସ୍ଥିତ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଡିଜି ଶ୍ରୀ ଶର୍ମା ପୁଲିସ କମିସନର, ରାଜ୍ୟର ସମସ୍ତ ରେଞ୍ଜ୍ ଆଇଜି, ଡିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ‘ମୋ ସରକାର’ କାର୍ଯ୍ୟକ୍ରମର ରୂପରେଖ ପାଇଁ ଜିଲ୍ଲା ଓ ରେଞ୍ଜ୍ସ୍ତରରେ ପ୍ରସ୍ତୁତିକୁ ସମୀକ୍ଷା କରିଥିଲେ । ରେଞ୍ଜ୍ ଆଇଜି, ଡିଆଇଜି ଓ ଆରକ୍ଷୀ ଅଧୀକ୍ଷକମାନେ କଲ୍ ସେଣ୍ଟର୍ଗୁଡ଼ିକରେ ପ୍ରାପ୍ତ ନାଗରିକଙ୍କ ମତାମତଗୁଡ଼ିକୁ ସବୁ ଦିନ ବିଶ୍ଳେଷଣ କରି ଆବଶ୍ୟକ ସୁଧାରମୂଳକ ବ୍ୟବସ୍ଥା କିମ୍ବା ଆବଶ୍ୟକ ସ୍ଥଳେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଡିଜି ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ଉଦେ୍ଧଶ୍ୟରେ ଆବଶ୍ୟକ ପୁରସ୍କାର ଲାଗୁ କରାଯିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ନ କରୁଥିବା ଅଧିକାରୀଙ୍କ ବିରୋଧରେ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
ଏଠାରେ ସୂଚନା ଥାଉ କି, ମୋ ସରକାର କାର୍ଯ୍ୟକ୍ରମ ଲାଗୁ ନେଇ ପୁଲିସସ୍ତରରେ ପ୍ରସ୍ତୁତି ଜୋରଦାର କରାଯାଇଛି । ଥାନାମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ନାଗରିକମାନଙ୍କ ମତାମତକୁ ଲିପିବଦ୍ଧ କରାଯିବାର ଏକ ସୁସଂଗଠିତ ବ୍ୟବସ୍ଥା ରାଜ୍ୟ ପୁଲିସ ଦ୍ୱାରା ବିକଶିତ କରାଯାଇଛି । ରାଜ୍ୟ ଅପରାଧ ନଥି ସଂସ୍ଥା (ଷ୍ଟେଟ୍ କ୍ରାଇମ୍ ରେକର୍ଡ ବୁ୍ୟରୋ) ଠାରେ ଏହି ରାଜ୍ୟସ୍ତରୀୟ ‘କଲ୍ ସେଣ୍ଟର’ ସ୍ଥାପନ କରାଯାଇଛି । ଏହି ସଂସ୍ଥା ଓଡ଼ିଶା ପୁଲିସରେ ‘ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ନୋଡ଼ାଲ ଏଜେନ୍ସୀ ଭାବେ କାର୍ଯ୍ୟ କରିବ । ସେହିପରି ଜିଲ୍ଲାମାନଙ୍କରେ ଆରକ୍ଷୀ ଅଧୀକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘କଲ୍ ସେଣ୍ଟର୍’ ମାନ ପ୍ରତିÂା କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କଲ୍ ସେଣ୍ଟରଗୁଡିକ ଗତ ସେପ୍ଟେମ୍ବର ୪ ତାରିଖରୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଲୋକଙ୍କ ଦ୍ୱାରା ଥାନାରେ ଦରଜ ହେଉଥିବା ଏଫ୍ଆଇଆର୍, ଅଭିଯୋଗ ଓ ଅନ୍ୟାନ୍ୟ ସେବା ମୂଳକ କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ କଲ୍ ସେଣ୍ଟର ଗୁଡ଼ିକରେ ଅବସ୍ଥାପିତ ‘ଡ୍ୟାସବୋର୍ଡ’ରେ ପ୍ରତିଫଳିତ ହୋଇଥାଏ । ଏହା ମଧ୍ୟରୁ ଅଭିଯୋଗକାରୀଙ୍କ ଠାରୁ ସେମାନେ ପାଇଥିବା ସେବା ବାବଦରେ ମତାମତ ସଂଗ୍ରହ କରାଯାଏ । ଲୋକଙ୍କ ମତାମତକୁ ରେକର୍ଡିଂ କରାଯିବାର ବ୍ୟବସ୍ଥା କରାଯାଇଛି । ଉପଯୁକ୍ତ ସୁଧାରମୂଳକ ଓ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ଥାନାମାନଙ୍କରେ ନାଗରିକଙ୍କୁ ସେବା ପ୍ରଦାନର ମାନରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରାଯାଇଥିବା ରାଜ୍ୟ ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons