ଅକ୍ଷୟତୃତୀୟା ଧାନବୁଣା ଅନୁକୂଳରେ ରାଜ୍ୟ କୃଷିଶିଳ୍ପ ନିଗମର ଅଧକ୍ଷ ଶ୍ରୀ ଦେବାଶିଷ ମହାନ୍ତି

Get real time updates directly on you device, subscribe now.

ମହାମାରୀ କରୋନାର ତାଡନାରେ ପ୍ରଭାବିତ ହୋଇ ହତାଶ ହୋଇପଡ଼ିଛି ଚାଷୀକୁଳ। ସେହିପରି କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସାରାଦେଶ ଏବେ ଲକଡାଉନରେ। ଯୋଉଥିପାଇଁ ଲୋକଗହଳି ଏଡ଼ାଇବା ପାଇଁ ସବୁ ପର୍ବାପର୍ବାଣୀ କେବଳ ବିଧିରକ୍ଷା ପାଇଁ ପାଳନ କରାଯାଉଛି। ଆଜି ବୈଶାଖ୍ୟ ମାସ ଶୁକ୍ଳପକ୍ଷ ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିନରେ ରଥଚକ ଅନୁକୂଳ କରାଯିବା ସଂଗେସଂଗେ ପରମ୍ପରା ଅନୁଯାୟୀ ଚାଷୀ କ୍ଷେତକୁ ଆସି ଆଖିମୁଠି ଅନୁକୂଳ କରିଥାଏ।ସେଇ ପରମ୍ପରାକୁ ବଜେଇରଖି ଆଜି ରାଜ୍ୟ କୃଷିଶିଳ୍ପ ନିଗମର ଅଧକ୍ଷ ଶ୍ରୀ ଦେବାଶିଷ ମହାନ୍ତି ଜମିରେ ଧାନବୁଣା ଅନୁକୂଳ କରି ମା’ଲଷ୍ମୀଙ୍କ ପାଖରେ ଭଲ ଫସଲ ପାଇଁ ଗୁହାରି କରିଛନ୍ତି।ଶ୍ରୀ ମହାନ୍ତି ଆଜି ସକାଳୁ ବାଉଁଶବିଲା ଗ୍ରାମବାସୀଙ୍କ ସହଯୋଗରେ ସାମାଜିକ ଦୂରତ୍ୱ ରାକ୍ଷା କରି ପୂଜାର୍ଚ୍ଚନା କରି ବିଲରେ ଧାନବୁଣା ପରମ୍ପରା ଆରମ୍ଭ କରିଛନ୍ତି। ଲକଡାଉନରୁ କୃଷିକାର୍ଯ୍ୟକୁ କଟକଣା ମୁକ୍ତ ଘୋଷଣା କରିଛନ୍ତି ସରକାର। ତେଣୁ ଲକଡାଉନ ସତ୍ତ୍ୱେ ଚାଷିକୂଳ ନିଜନିଜ ଜମିରେ ବିନା ପ୍ରତିବନ୍ଧକରେ ଚାଷକାମ କରିବା ସମ୍ଭବ ହେଉଥିବା ବେଳେ କୃଷି ଏବଂ କୃଷକର ବିକାଶ ପାଇଁ ସେ ଏବଂ ରାଜ୍ୟ ସରକାର ସଦାସର୍ବଦା ତତ୍ପର ବୋଲି କହିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons