ଅକ୍ସିଜେନ୍ ପ୍ଲାଣ୍ଟ୍ କାମ ଆରମ୍ଭ

Get real time updates directly on you device, subscribe now.

ଜୟପୁର: ଜିଲ୍ଲା ହସପିଟାଲ୍ ପରିସରରେ ଆରମ୍ଭ ହୋଇଛି ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାମ । ଲିକୁ୍ୟଫାଏଡ୍ ମେଡିକାଲ ଅକ୍ସିଜେନ୍(ଏଲ୍ଏମ୍ଓ) ଏବଂ ପ୍ରେସର ସୁ୍ୟଇଙ୍ଗ୍ ଆଡ୍ସରପସନ୍(ପିସିଏ) ଅମ୍ଳଜାନ ଉପôାଦନ ପ୍ଲାଣ୍ଟ ସ୍ଥାପନ ଦ୍ୱାରା ଜୀବନରକ୍ଷାକାରୀ ବାୟୁର ଅଭାବ ରହିବନି । କେବଳ ଡିଏଚଏଚ୍ ନୁହେଁ, କୋଭିଡ୍ ହସପିଟାଲର ରୋଗୀ ଏହାଦ୍ୱାରା ଉପକୃତ ହୋଇପାରିବେ । ସ୍ଥାପିତ ହେବାକୁ ଥିବା ଏହି ପ୍ଲାଣ୍ଟର କ୍ଷମତା ହେଉଛି ୧ ହଜାର ଲିଟର । ଆସନ୍ତା ୩୦ ଦିନ ଭିତରେ ନିର୍ମାଣ କାମ ଶେଷ ହେବ ବୋଲି ଜିଲ୍ଲା ହସପିଟାଲ୍ ଅଧିକାରୀ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି ।
ହସପିଟାଲ ମ୍ୟାନଜେର ବିଭାବସୁ ରାଉତ କହିଛନ୍ତି, ୨ ଦିନ ତଳେ ଅଧିକାରୀମାନେ ଡିଏଚଏଚ୍ ପରିଦର୍ଶନ କରିଥିଲେ । ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭାସ୍କରଚନ୍ଦ୍ର ସାମନ୍ତରାୟ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟକୁମାର ବେହେରା, କନିÂ ଯନ୍ତ୍ରୀ, ଡିଏମ୍ଓ ଡାକ୍ତର ମିଶ୍ର ଏବଂ ସେ ଉପସ୍ଥିତ ଥିଲେ । ପ୍ରସ୍ତାବିତ ପ୍ଲାଣ୍ଟ ଆଉଟ୍ଡୋର ପଛ ପଟେ ଥିବା ୨ ହଜାର ବର୍ଗଫୁଟ ଅଞ୍ଚଳରେ ସ୍ଥାପନ କରାଯିବ । ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଜମି ସମତୁଲ କାମ ଆରମ୍ଭ ହୋଇଛି । ପ୍ଲାଣ୍ଟ ଲାଗି ଆବଶ୍ୟକ ଯନ୍ତ୍ରପାତି ଖୁବ୍ଶୀଘ୍ର ପହଞ୍ଚିବ । କାମ ସାରିବା ଲାଗି ମାସେ ଅବଧି ଦିଆଯାଇଛି । ଏହି ପ୍ଲାଣ୍ଟରେ ୧ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ରହିବ । ମେଡିକାଲ ଅମ୍ଳଜାନ ପ୍ରସ୍ତୁତ ପରେ ଏହା ଡିଏଚଏଚ୍ରେ ଥିବା ଅକ୍ସିଜେନ୍ ଷ୍ଟୋରରେ ରଖାଯିବ । ସେଠାରୁ ପାଇପ୍ ଲାଇନ୍ ଏବଂ ସିଲିଣ୍ଡର ମାଧ୍ୟମରେ ରୋଗୀଙ୍କୁ ଯୋଗାଇ ଦିଆଯିବ । ଏବେ ଡିଏଚଏଚ୍ରେ ମାସିକ ୨ ହଜାର ଲିଟର ଅମ୍ଳଜାନ ଖର୍ଚ୍ଚ ହେଉଛି । ରୋଗୀ ଭର୍ତ୍ତି ଥିବା ବେଳେ କୋଭିଡ୍ ହସପିଟାଲରେ ଦୈନିକ ସମାନ ପରିମାଣର ଅକ୍ସିଜେନ୍ ବ୍ୟବହାର ହେଉଥିଲା । ଏବେ ସାମାନ୍ୟ କମିଛି । ଅକ୍ସିଜେନ୍ ଘରୋଇ କମ୍ପାନିଠାରୁ କିଣାଯାଉଛି । ଏଲଏମ୍ଓ ଏବଂ ପିଏସ୍ଏ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବାହାରୁ ଅକ୍ସଜେନ୍ କିଣିବାକୁ ପଡ଼ିବନି । ଏଥିଲାଗି ଆବଶ୍ୟକ ଖର୍ଚ୍ଚ ବଞ୍ଚିଯିବ । କେବଳ ଜିଲ୍ଲା ଏବଂ କୋଭିଡ୍ ହସପିଟାଲ ନୁହେଁ, ଉପଖଣ୍ଡର ଅନ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଏଠାରୁ ଆବଶ୍ୟକ ପରିମାଣର ଅମ୍ଳଜାନ ଜୁମ୍ବୋ ସିଲିଣ୍ଡର ମାଧ୍ୟମରେ ନେଇ ପାରିବେ ।
ସୂଚନାଥାଉକି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଗତମାସ ୧୬ ତାରିଖରେ ଏକ ନିଦେ୍ର୍ଧଶନାମା ଜାରି କରାଯାଇଥିଲା । ପିଏମ୍ କେୟାର ଫଣ୍ଡରୁ କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଏବଂ ଡିଏଚଏଚ୍ରେ ୨ଟି ପ୍ଲାଣ୍ଟ ସ୍ଥାପନ ଲାଗି ନିଦେ୍ର୍ଧଶ ରହିଥିଲା । ମହାମାରୀରେ ରୋଗୀ ଆବଶ୍ୟକ କରୁଥିବା ଅମ୍ଳଜାନ ଏହାଦ୍ୱାରା ପୂରଣ ହୋଇ ପାରିବ । ମେଡିକାଲ ଅମ୍ଳଜାନ ଗଛିତ, ସିଲିଣ୍ଡର ଏବଂ ଟାଙ୍କିରେ ଯୋଗାଣ ଏହାଦ୍ୱାରା ହ୍ରାସ ପାଇବ । ଡିଏଚଏଚ୍ରେ ଥିବା ୨୫୦ ବେଡ୍ ଲାଗି ୧ ହଜାର ଲିଟର ଏବଂ କୋରାପୁଟ ମେଡିକାଲ କଲେଜର ୪୫୦ ବେଡ୍ ଲାଗି ୨ ହଜାର ଲିଟର ଅମ୍ଳଜାନ ଉଭୟ ପ୍ଲାଣ୍ଟରୁ ଉପôାଦନ ହେବ । ଡିଆରଡିଓ ପ୍ଲାଣ୍ଟ ସ୍ଥାପନ ଏଜେନ୍ସି ହୋଇଥିବା ବେଳେ ଏନଏଚଏଆଇ ଏଥିରେ ସହଯୋଗ କରୁଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons