ଅଗଷ୍ଟ ୮ରେ ପ୍ରଣବଙ୍କୁ ଦିଆଯିବ ଭାରତ ରତ୍ମ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆସନ୍ତା ମାସ ୮ ତାରିଖରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧି ପ୍ରଦାନ କରାଯିବ । ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିସାରିଥିବା ଶ୍ରୀଯୁକ୍ତ ମୁଖାର୍ଜୀଙ୍କୁ ଏହି ଉପାଧିରେ ଭୂଷିତ କରାଯିବ ବୋଲି ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରାଯାଇଥିଲା । ଆଉ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଯେପରିକି ସମାଜସେବୀ ନାନାଜୀ ଦେଶମୁଖ ଏବଂ ଆସାମର ପ୍ରସିଦ୍ଧ ଗାୟକ ଭୂପେନ ହଜାରିକାଙ୍କୁ ମରଣୋତ୍ତର ଭାବେ ଏହି ଉପାଧି ପ୍ରଦାନ କରାଯିବ । ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି ।
ଶ୍ରୀଯୁକ୍ତ ମୁଖାର୍ଜୀଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ଜାନୁଆରୀରେ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଦେଶର ବିକାଶରେ ତାଙ୍କର ଯୋଗଦାନକୁ ପ୍ରଶଂସା କରି ମୋଦି ସେତେବେଳେ କହିଥିଲେ କି ସେ ଦଶନ୍ଧି ଦଶନ୍ଧି ଧରି ରାଷ୍ଟ୍ର ପାଇଁ ନିଃସ୍ୱାର୍ଥପର ଭାବେ କାମ କରିଆସିଛନ୍ତି ଏବଂ ରାଷ୍ଟ୍ରର ଅଭିବୃଦ୍ଧିର ମାର୍ଗରେ ନିଜର ଛାପ ଛାଡିଯାଇଛନ୍ତି । ସେ ହେଉଛନ୍ତି ଆମ ସମୟର ଜଣେ ଅସାଧାରଣ ରାଜନେତା । ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଥିବାରୁ ମୁଁ ଅତି ଆନନ୍ଦିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons