ଅଗଷ୍ଟ ୮ରେ ବାହାହେବେ ରାଣା-ମିହିକା

Get real time updates directly on you device, subscribe now.

ଗତ ମାସ ଆରମ୍ଭରେ ଅଚାନକ ନିଜର ନିର୍ବନ୍ଧ ସଂପର୍କରେ ପ୍ରକାଶ କରି ଖୁବ୍ ଚର୍ଚ୍ଚିତ ହୋଇଥିଲେ ‘ବାହୁବଳୀ’ ଅଭିନେତା ରାଣା ଡଗୁବତୀ । ବ୍ୟବସାୟୀ ମିହିକା ବଜାଜଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା ନେଇ ସୂଚନା ଦେଇଥିଲେ ସେ । ତେବେ ସେମାନଙ୍କର ବିବାହ କେବେ ହେବ ସେ ନେଇ ପ୍ରଶଂସକମାନଙ୍କୁ କିଛି ଜଣାଇ ନଥିଲେ । ଅଗଷ୍ଟ ୮ରେ ସେମାନଙ୍କର ଶୁଭ ପରିଣୟ ହେବ ବୋଲି ଏବେ ସୂଚନା ମିଳିଛି ।
ଏକଥା ଅନ୍ୟ କେହି ନୁହନ୍ତି, ରାଣାଙ୍କ ବାପା ପ୍ରଯୋଜକ ସୁରେଶ ବାବୁ ପ୍ରକାଶ କରିଛନ୍ତି । ସୁରେଶଙ୍କ ଅନୁସାରେ ଉଭୟ ପରିବାର ଓ ନିକଟ ସଂପର୍କୀୟଙ୍କ ଗହଣରେ ଏହି ସମାରୋହ ଅନୁÂିତ ହେବ । ତେବେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଜାରି କରିଥିବା କଟକଣାକୁ ସେଠାରେ ପାଳନ କରାଯିବ । ସୂଚନାଥାଉ କି, ମିହିକା ଏକ ଇଣ୍ଟେରିୟର ଡେକୋରେସନ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କଂପାନି ଡିଉ ଡ୍ରପ୍ ଡିଜାଇନ୍ ଷ୍ଟୁଡିଓ ଚଳାଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons