ଅଗ୍ନିଶମ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧା ହେଲେ

Get real time updates directly on you device, subscribe now.

ସାଲେପୁର,(ବି.ବି.ନୁ୍ୟଜ୍): ଅଗ୍ନିଶମ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ତାଙ୍କ ନାଁ ଏସ୍.କେ. ଇବ୍ରାହାହିମ୍ । ତାଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଶୁକରପଡ଼ା ଗାଁରେ । ଗତକାଲି ଇବ୍ରାହିମଙ୍କ ପରିତ୍ୟକ୍ତ ପାଇଖାନା ଟାଙ୍କିରେ ଏକ ଗାଈ ପଡ଼ି ଯାଇଥିଲା । ହେଲେ ଇବ୍ରାହିମ୍ ଗାଈଟିକୁ ଉଦ୍ଧାର କରିବା ପାଇଁ କୌଣସି ବ୍ୟବସ୍ଥା କରି ନଥିଲେ । ଏହାଦେଖି ଗାଁ ଲୋକେ ଶୁକରପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇଁ ଅଗ୍ନିଶମ ବିଭାଗର ୬ଜଣ କମର୍ଚାରୀ ଆସି ଗାଈଟିକୁ ମୁମୁର୍ଷୁ ଅବସ୍ଥାରେ ଟାଙ୍କି ଭିତରୁ ବାହାର କରିଥିଲେ । ହେଲେ ପାଇଖାନା ଟାଙ୍କି ଉପରେ କାହିଁକି ଢ଼ାଙ୍କୁଣୀ ଦେଉ ନାହାନ୍ତି ବୋଲି ଅଗ୍ନିଶମ କର୍ମଚାରୀ ଇବ୍ରାହିମ୍ଙ୍କୁ କହିଥିଲେ । ଏହା ପରେ ସେ ଉତ୍ତେକ୍ତ ହୋଇ ଅଗ୍ନିଶମ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଅଗ୍ନିାମ ବିଭାଗର କର୍ମଚାରୀମାନେ ନିଶ୍ଚିନ୍ତକୋଇଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଇବ୍ରାହିମ୍ଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଇବ୍ରାହିମ୍ ଜାଣିଶୁଣି ଏଭଳି କରି ନାହାନ୍ତି ବୋଲି ତାଙ୍କପୁଅ କହିଛନ୍ତି । ଏହା ସହିତ ଇବ୍ରାହିମ୍ ଜଣେ ମାନସିକ ରୋଗୀ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons