ସୋର,(ବି.ବି.ନୁ୍ୟଜ): ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବିଦୁ ନିକଟରେ ରାଜ୍ୟ ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍ ମହାନ୍ତିଙ୍କ କାର୍ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶ୍ରୀ ମହାନ୍ତି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ କାର୍ଟି ଡିଭାଇଡରରେ ବାଡେ଼ଇ ହୋଇ କ୍ଷତିଗ୍ରସ୍ତ ହୋଇଥିଲା । ଖବର ପାଇ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଗାଡ଼ିରେ ଡିଜିଙ୍କୁ ଯିବା ବନେ୍ଦାବସ୍ତ କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ସୋର ଥାନାକୁ ଅଣାଯାଇଥିଲା । ଡିଜି ଶ୍ରୀ ମହାନ୍ତି ବାରିପଦାରେ ଏକ ଫାୟାର ଷ୍ଟେସନ ଉଦ୍ଘାଟନ ପାଇଁ ଯାଉଥିଲେ । ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ପୁଲିସ୍ ଜବତ କରି ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.