ଅଗ୍ନି ଗଙ୍ଗାମ୍ମା ଘଟଯାତ୍ରା ଉଦଯାପିତ

Get real time updates directly on you device, subscribe now.

ଜୟପୁର,(ବାଦୁସେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ ଢେପଗୁଡାରେ ଉଦ୍ୟାପିତ ହୋଇଛି ଅଗ୍ନି ଗଙ୍ଗାମ୍ମାଙ୍କ ଘଟପର୍ବ । ୯ ଦିନ ଧରି ସଦର ଫାଣ୍ଡି ପରିସରର ଅସ୍ଥାୟୀ ପୀଠରେ ପୂଜା ପାଇବା ପରେ ମା’ ମୁଖ୍ୟ ପୀଠକୁ ଫେରିଛନ୍ତି । ପ୍ରତିଦିନ ସଂଧାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରର ପ୍ରତ୍ୟେକ ସାହିରେ ମା’ଙ୍କ ଘଟ ପରିକ୍ରମା କରୁଥିଲା । ରାଜାରାଜୁଡା ସମୟରୁ ପରମ୍ପରା ଅନୁସାରେ ଏଠାରେ ଅଗ୍ନି ଗଙ୍ଗାମ୍ମାଙ୍କ ଘଟ ପର୍ବ ଆୟୋଜିତ ହୋଇଆସୁଛିି ।
ଆଜି ପୂର୍ବାହ୍ନରେ ଅଗ୍ନିଗଙ୍ଗାମ୍ମାଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମା’ଙ୍କୁ ମୁଖ୍ୟ ପୀଠକୁ ଶୋଭାଯାତ୍ରାରେ ନିଆଯାଇଥିଲା । ମୁଣ୍ଡରେ କଳସ ଧରି ଶହ ଶହ ସ୍ଥାନୀୟ ମହିଳା ଏଥିରେ ସାମିଲ ହୋଇଥିଲେ । ଅସ୍ଥାୟୀ ମନ୍ଦିରରୁ ମୁଖ୍ୟପୀଠ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ରେ ଶ୍ରଦ୍ଧାଳୁମାନେ ରହି ମାଙ୍କୁ ପୂଜାର୍ଚ୍ଚନା କରିଥିଲେ । ମା’ଙ୍କୁ ମୁଆଁ, ନଡିଆ, କଦଳୀ ଓ ଫଳ ଦେଇ ପୂଜା କରିଥିଲେ । ମାନସିକ ଅନୁସାରେ ଅନ୍ନ ଭୋଗ ଲାଗି କରିବା ସହ କୁକୁଡା ଓ ଛେଳି ବଳି ଦେଇଥିଲେ ଶ୍ରଦ୍ଧାଳୁ ।
ରଜାରାଜୁଡା ସମୟରୁ ଏଠାରେ ଅଗ୍ନିଗଙ୍ଗାମ୍ମାଙ୍କ ଘଟପର୍ବ ପାଳନ କରାଯାଉଛି । ନିଲାବାଡି ଅଗ୍ନି ଗଙ୍ଗାମ୍ମାଙ୍କ ପର୍ବ ପରେ ଏଠାରେ ଆରମ୍ଭ ହୋଇଥାଏ ଘଟ ପର୍ବ । ପ୍ରତିଦିନ ସଂଧ୍ୟାରେ ମା’ଙ୍କୁ ସହର ପରିକ୍ରମା କରାଯାଇଥାଏ । ପର୍ଯ୍ୟାୟକ୍ରମେ ସହରର ପ୍ରତ୍ୟେକ ସାହିକୁ ମା’ଙ୍କ ଘଟକୁ ପରିକ୍ରମା କରାଯାଇଥାଏ । ମା’ଙ୍କ ଘଟ ପରିକ୍ରମା ପରେ ସହରର ଅନ୍ୟ ମନ୍ଦିରର ଘଟଯାତ୍ରା ଆରମ୍ଭ ହୋଇଥାଏ । ଗୁଲାମ ରାମଙ୍କ ପରିବାର ଓ ସାହିବାସିନ୍ଦା ଏହି ଘଟପର୍ବ ପାଳନ କରିଆସୁଛନ୍ତି । ସାହିବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ଆର୍ଥିକ ସହଯୋଗରେ ଏହି ପର୍ବ ପାଳନ କରାଯାଉଥିବା ରାମଙ୍କ ପରିବାର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons