କୋରାପୁଟ,(ବି.ବି.ନୁ୍ୟଜ୍): ଅଜଣା ରୋଗରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅଞ୍ଚଳରେ ଆଜି ୩ ଶିଶୁଙ୍କ ଜୀବନ ଯାଇଛି । ଅନ୍ୟ ୪ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ମୃତକମାନେ ହେଲେ କାଠଗଡ଼ା ପଞ୍ଚାୟତ ମୂଷାପଦର ଗାଁର ପୀତ ଗୋଲରୀଙ୍କ ପୁଅ ସୁରଜ ଗୋଲରୀ(୫) ଓ ରତ୍ନ ଖିଲଙ୍କ ଦୁଇ ଝିଅ ଅଙ୍କିତା ଖିଲ(୧୦) ଓ ଅଳକା ଖିଲ(୫) । ଗୁରୁତରମାନେ ହେଲେ ସେହି ମୂଷାପଦର ଗାଁର %ନପତି ସାନ୍ତା(୧୮), ଦନାଇ ଖିଲ(୪୦), କ୍ରିଷ୍ଣା ସାନ୍ତା((୩୦) ଓ ଆରତୀ ସାନ୍ତା(୫) । ସେମାନଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ବୈପାରିଗୁଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ବଶ୍ୱଜିତ ଭୂୟାଁ କହିଛନ୍ତି, ସୋମବାର ଅପରାହ୍ନରେ ୪ ଶିଶୁଙ୍କ ସମେତ ୭ ଜଣଙ୍କୁ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ୩ ଶିଶୁଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ୪ଜଣଙ୍କୁ ଜୟପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରଯାଇଥିଲା । ରୋଗୀମାନଙ୍କ ଦେହରେ ସେଭଳି କିଛି ଲକ୍ଷଣ ନଥିଲା । କେବଳ ମୁଣ୍ଡ ବୁଲାଇବା ସହ ଝାଳ ବୋହିବା ପରେ ସେମାନେ ଗୁରୁତର ହୋଇପଡିଥିବା ପରିବାର ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡିବ ବୋଲି ଡାକ୍ତର ଭୂୟାଁ କହିଛନ୍ତି । ମୃତଦେହଗୁଡ଼ିକୁ ବୈପାରୀଗୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ମଙ୍ଗଳବାର ସେଗୁଡ଼ିକର ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ଫଣ୍ଡରୁ ୧୦ହଜାର ଲେଖାଏଁ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
ଗୋଟିଏ ଦିନରେ ହଠାତ୍ ଅସୁସ୍ଥ ହୋଇ ୩ ଶିଶୁଙ୍କ ଜୀବନ ଯିବା ଏବଂ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ହେଇପଡ଼ିବା ପରେ ମୂଷାପଦର ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ପ୍ରଶାସନ ପକ୍ଷରୁ ତୁରନ୍ତ ଗାଁକୁ ଏକ ବିଶେଷଜ୍ଞ ଡାକ୍ତର ଦଳ ପଠାଯାଇ ଏହାର ଅନୁସନ୍ଧାନ କରାଯାଉ । ନହେଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହୋଇପାରେ ।
Comments are closed, but trackbacks and pingbacks are open.