ନୂଆଦିଲ୍ଲୀ: ଭାରତୀୟଅଟୋମୋବାଇଲ ଶିଳ୍ପ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ପ୍ରାୟ ସବୁଅଟୋ ନିର୍ମାତାଙ୍କ ବିକ୍ରି ବିଗତ ୭-୮ ମାସ ହେଲା ହ୍ରାସ ପାଇବାରେ ଲାଗିଛି । ମାରୁତି ସୁଜୁକି ଭଳି ବଡ଼ କମ୍ପାନିଙ୍କ କାର ବିକ୍ରି ମଧ୍ୟ ନିମ୍ନମୁଖୀ ହୋଇଛି । କିଛି କମ୍ପାନି ସେମାନଙ୍କ ଉତ୍ପାଦନ କମାଇ ଦେଇଥିବା ବେଳେ କିଛି ସଂସ୍ଥା ନିଜ ଉତ୍ପାଦନ ୟୁନିଟ୍ରେ ତାଲା ପକାଇଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେଅଟୋ ଶିଳ୍ପରେଆଗାମୀ ତ୍ରୈମାସରେ ୫ ଲକ୍ଷ ଲୋକ ଚାକିରି ହରାଇବେ । ଏହି ସଂଖ୍ୟା କ୍ରମେ ୧୦ ଲକ୍ଷକୁ ବଢ଼ିପାରେ ବୋଲିଆଶଙ୍କା କରାଯାଉଛି ।
ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଭିନ୍ନ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ଚାକିରି ପ୍ରଭାବିତ ହେବାଆଶଙ୍କା ରହିଛି । ବୈଷୟିକ, ରଙ୍ଗକାମ, ଝଳେଇ, ଉତ୍ପାଦନ ଓ ପ୍ରଯୁକ୍ତି ଭଳି ବିଭାଗରେ ଏହି ସମସ୍ୟା ଉପୁଜିବ । ଗତ କିଛି ମାସ ମଧ୍ୟରେ ଶିଳ୍ପରେ ୧,୦୦,୦୦୦ ଚାକିରି ପ୍ରଭାବିତ ହୋଇଥିବାଆକଳନ କରାଯାଇଛି । ଏହି ଧାରାଆଉ ୩-୪ ମାସ ଧରି ଜାରି ରହିବ । ଏହା ୧୦ ଲକ୍ଷ ଲୋକଙ୍କ ଚାକିରିକୁ ପ୍ରଭାବିତ କରିପାରେ ବୋଲି ଭାରତୀୟଅଟୋମୋଟିଭ ଉପକରଣ ନିର୍ମାତା ସଂଘ (ଏସିଏମ୍ଏ)ର ମହାନିର୍ଦ୍ଦେଶକ ବିନି ମେହଟ୍ଟା କହିଛନ୍ତି ।
ନିଯୁକ୍ତି ଫାର୍ମ ଏକ୍ସଫେନୋ ଏବଂ ଟିମ୍ଲିଜ୍ କରିଥିବାଆକଳନ ମୁତାବକଆଗାମୀ ତ୍ରୈମାସରେ ୫,୦୦,୦୦୦ରୁଅଧିକ ଲୋକ ଚାକିରି ହରାଇବାଆଶଙ୍କା ରହିଛି । ପ୍ରତ୍ୟେକ କମ୍ପାନିରେ ହାରାହାରି ୧୦ଧ କର୍ମଚାରୀ ଏହାଦ୍ୱାରା ପ୍ରଭାବିତ ହେବେ । ଟିମ୍ଲିଜ୍ ସର୍ଭିସେସ୍ ସହପ୍ରତିଷ୍ଠାତା ରିତୁପର୍ଣ୍ଣା ଚକ୍ରବର୍ତ୍ତୀଙ୍କ କହିବାନୁଯାୟୀଆଗାମୀ ୬ରୁ ୯ ମାସ ପର୍ଯ୍ୟନ୍ତଅଟୋ କ୍ଷେତ୍ରରେ ଏଭଳି ମାନ୍ଦାବସ୍ଥା ଜାରି ରହିପାରେ ।
ବିନି ମେହଟ୍ଟା କହିଛନ୍ତି, ୪୦୦ କୋଟିରୁ କମ୍ କାରବାର କରୁଥିବା ଟାୟର-୨ ଓ ୩ କମ୍ପାନିମାନେ ସର୍ବାଧିକ ପ୍ରଭାବିତ ହେଉଛନ୍ତି । ଏହି କମ୍ପାନିଗୁଡ଼ିକରେ ୫୦ ଲକ୍ଷ ଲୋକ ଚାକିରି କରୁଥିବା ବେଳେ ୧,୫୦୦ କୋଟି ଡଲାର ମୂଲ୍ୟର ଉପକରଣ ଏମାନେ ରପ୍ତାନି କରୁଛନ୍ତି । ଠିକାଭିତ୍ତିକ କର୍ମଚାରୀ,ଅଣକୁଶଳୀ ଏବଂଅର୍ଦ୍ଧକୁଶଳୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଛଟେଇଆଶଙ୍କାଅଧିକ ଦେଖିବାକୁ ମିଳିଛି ।
ଉଲ୍ଲେଖଥାଉ କି ଗତବର୍ଷ ସେପ୍ଟେମ୍ବରରେ ପାର୍ବଣ ଋତୁ ଚାଲିଥିବା ବେଳେ ଘରୋଇଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । ଫଳରେ କର୍ମଚାରୀଙ୍କ କାର୍ଯ୍ୟ ନିର୍ଘଣ୍ଟ ହ୍ରାସ ପାଇଥିଲା । କର୍ମଚାରୀ ଛଟେଇ ମଧ୍ୟଆରମ୍ଭ ହୋଇଯାଇଥିଲା ।ଆଜିକା ଦିନରେ ସେହି ସମସ୍ୟାଅନେକାଂଶରେ ବଢ଼ିଯାଇଛି । ଏସିଏମ୍ଏ ସଭାପତି ରାମ୍ ଭେଙ୍କଟରମଣି କହିଛନ୍ତି,ଆଗାମୀ ତ୍ରୈମାସରେ ପାଖାପାଖି ୭,୫୦,୦୦୦ କର୍ମଚାରୀ ଛଟେଇ ହୋଇପାରନ୍ତି ।ଅଧିକାଂଶ କମ୍ପାନି ପରିଚାଳନା ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବା ପାଇଁ ଏଭଳି ବ୍ୟବସ୍ଥାଆପଣାଉଛନ୍ତି ।
Comments are closed, but trackbacks and pingbacks are open.