ଅଟୋ ଓଲଟି ୩ ଆହତ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ଥାନା ଖଡଗପୁର ଛକ ନିକଟ ବୁଲାଣିରେ ଆଜି ଏକ ଅଟୋ ଓଲଟି ପଡିବାରୁ ୩ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଅଟୋ ଚାଳକ ରାଜୁ ଖିଲ, ଶୁଣ୍ଡିପୁଟ ଗାଁର ପଦ୍ମନ ନାୟକ ଓ ମାଳିଖୁଡି ଗାଁର କ୍ଷୀରନ୍ତି ନାୟକ(୭) । ଆହତଙ୍କୁ ନନ୍ଦପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଟୋରେ ବସିଥିବା ଅନ୍ୟମାନଙ୍କ କିଛି କ୍ଷତି ହୋଇ ନଥିବା ପୁଲିସ କହିଛି । ଆଜି ଅପରାହ୍ନରେ ଏକ ଅଟୋ(ଓଡି ୧୦ବି ୭୪୬୧)ରେ ଅତଣ୍ଡା ପଞ୍ଚାୟତ ସମିଳି ଗାଁରୁ କେତେକ ଲୋକ ପ;ାଙ୍ଗି ବ୍ଲକ ମାଳିଖୁଡି ଗାଁକୁ ଯାଉଥିବା ବେଳେ ଖଡଗପୁର ବୁଲାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ନନ୍ଦପୁର ଥାନା ଏଏସଆଇ ଦୀପକକୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons