ଜି.ଉଦୟଗିରି, (ବି.ବି.ନୁ୍ୟଜ୍): ଯାତ୍ରିବାହୀ ଅଟୋ ଓ ବୋଲେରୋ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କ ମୃତୁ୍ୟ ହୋଇଛି । ତେବେ ଆଜି ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବା ଦାବିରେ ଆଜି ଜି.ଉଦୟଗିରି ନିକଟସ୍ଥ ନନ୍ଦଗିରିଠାରେ ଲୋକେ ରସ୍ତାରୋକ କରିଥିଲେ । ମଙ୍ଗଳବାର ସକାଳ ୭ଟାରୁ ଦୀର୍ଘ ୪ଘଣ୍ଟା ଧରି ରାସ୍ତାରେ ଗଛ ପକାଇ ଟାୟାର୍ ଜାଳି ରାସ୍ତାରୋକ ହୋଇଥିଲା । ଖବର ପାଇ ଜି.ଉଦୟଗିରି ଏସ୍ଡିପିଓ ଜୟକୃଷ୍ଣ ବେହେରା, ଆଇଆଇସି ଧୀରଜ କୁମାର ଲେଙ୍କା ଏବଂ ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ସଞ୍ଜୀବ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ଅନୁଯାୟୀ, ଏକ ଯାତ୍ରିବାହୀ ଅଟୋ(ଓଡି୦୭ଏଫ୍-୧୭୯୮) ଜି.ଉଦୟଗିରିରୁ ଯାତ୍ରୀଙ୍କୁ ନେଇ କଳିଙ୍ଗା ଅଭିମୁଖେ ଯାଉଥିଲା । ଏ ସମୟରେ ଆଗପଟୁ ଆସୁଥିବା ଏକ ବୋଲରୋ(ଓଡି୧୨ସି-୨୬୨୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅଟୋରେ ବସିଥିବା ଅଡ଼ସକୁପା ଗ୍ରାମର କିଶୋର ପ୍ରଧାନ(୩୫)ଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଛି । ଅନ୍ୟପକ୍ଷେ ଅଟୋ ଚାଳକ ଜି.ଉଦୟଗିରିର ପଙ୍କଜ ପ୍ରଧାନ, ନିଳିମା ମଲ୍ଲିକ ଓ କଳିଙ୍ଗାର ସାଗରିକା ମଲ୍ଲିକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଜି.ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ପଙ୍କଜ ଓ ନିଳିମାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ସାଗରିକା ମଲ୍ଲିକଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ପଠାଯାଇଛି । ତେବେ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ନିଲିମାର ମୃତୁ୍ୟ ହୋଇଛି ।
Comments are closed, but trackbacks and pingbacks are open.